ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ସାରସକଣା : ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ଦୁଇ ବରିଷ୍ଠ କର୍ମଚାରୀ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡଃ ଅଶୋକ କୁମାର ଶର୍ମା ଓ ଲେଡି ଆଟେଣ୍ଡାଣ୍ଟ ତରଙ୍ଗିଣୀ ମହାନ୍ତଙ୍କ ଉଦେ୍ଦଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ ସଂଘର ସଭାପତି ଅନିଲ କୁମାର ଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ସହିତ ପ୍ରଶାସନିକ ଅଧିକାରୀ ସଞ୍ଜୀବ କୁମାର ପଟ୍ଟନାୟକ, କର୍ମଚାରୀ ସଂଘର ଉପସଭାପତି ଶିଶିର କୁମାର ପଟ୍ଟନାୟକ, ସମ୍ପାଦିକା ଜୟନ୍ତୀ ସିଂ, ସହ ସମ୍ପାଦିକା ଅଧ୍ୟାପିକା ଆକାଂକ୍ଷା ଅପରୂପା ଦାସ ଓ କୋଷାଧ୍ୟକ୍ଷ ଅଜୟ କୁମାର ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । ଡଃ ଅଶୋକ କୁମାର ଶର୍ମା ଦୀର୍ଘଦିନ ଧରି ସୀମାନ୍ତ ମହାବିଦ୍ୟାଳୟ ପରୀକ୍ଷା ବିଭାଗର ମଙ୍ଗ ସମ୍ଭାଳି ଥିଲେ । ସେହିପରି ୧୯୮୩ ମସିହାରୁ ଚାକିରି ଜୀବନ ଆରମ୍ଭ କରିଥିବା ତରଙ୍ଗିଣୀ ମହାନ୍ତ ମହାବିଦ୍ୟାଳୟ ଆରମ୍ଭରୁ ଅଦ୍ୟାବଧି ମହିଳା କମନ ରୁମ୍ର ରକ୍ଷା କବଚ ଭାବେ ତଥା ଜଣେ ସନ୍ତାନ ବସôଳା ଜନନୀ ଭାବେ ତାଙ୍କ ଦାୟିତ୍ୱ ସୁଚାରୁ ରୂପେ ସଂପାଦନ କରିଥିଲେ । କର୍ମଚାରୀ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଦ୍ୱାରା ବିଦାୟୀ ଦୁଇ କର୍ମଚାରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଅଜୟ କୁମାର ପରିଡ଼ା ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ସହ ସମ୍ପାଦିକା ଆକାଂକ୍ଷା ଅପରୂପା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।