ଅଙ୍ଗନବାଡ଼ି ଦିଦିଙ୍କ ମନମୁଖି କାର୍ଯ୍ୟ
ନିଆଳି: ନିଆଳି ବ୍ଲକ୍ରେ ୨୩୦ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ପାଖାପାଖି ହଜାରରୁ ଊଦ୍ଧ୍ୱର୍ ଶିଶୁ ନାମ ଲେଖାଇଛନ୍ତି । କିନ୍ତୁ ଏହି ଶିଶୁମାନଙ୍କୁ ଗଢି ତୋଳିବାରେ ଅଙ୍ଗନବାଡି କର୍ମୀଙ୍କର ମୁଖ୍ୟ ଭୂମିକା ଥିବାବେଳେ ଏପରିକି ପୃଷ୍ଟିସାର ଅଭାବ ଯେଭଳି ଶିଶୁ ମାନଙ୍କୁ ନ ହେବ ସେ ସବୁ ଦାୟିତ୍ୱ ଅଙ୍ଗନବାଡିର ହୋଇଥାଏ । ଛତୁଆ, ବୁଟ, ଅଣ୍ଡା, ରାଶି ଲଡୁ, ଫଳ, ବାଦାମ ଲଡୁ, ମୁଢି ସହିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥାଏ । ଏହି ସବୁ କାର୍ଯ୍ୟ କରିବା ଅଙ୍ଗନବାଡି କର୍ମୀଙ୍କର ଥିବାବେଳେ ନିଆଳିରେ ଏହା ବିପରୀତ ଦେଖିବାକୁ ମିଳିଛି । କପାସି ପଞ୍ଚାୟତର ପୋଦନା ଗ୍ରାମର ପାଟସାହି ଅଙ୍ଗନବାଡି କର୍ମୀ କାବେରୀ ମଲ୍ଲିକ ସପ୍ତାହକୁ ତିନି ଦିନ ସେଣ୍ଟର ଆସୁନାହାନ୍ତି । ଯାହାର ଭିଡିଓ ଭାଇରାଲ୍ ହେଉଥିବା ମଧ୍ୟ ସିଡିପିଓ ଜାଣିକି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ସେହିଭଳି ବାହାରଣା ପଞ୍ଚାୟତର ରୁକୁଣିଆ ସାହି ଅଙ୍ଗନବାଡି ଦିଦି ନିଜ ଏରିଆରେ ସେଣ୍ଟର ନ ଚଳାଇ ଅନ୍ୟ ଏରିଆରେ ଚଲାଉଥିବାରୁ ଶିଶୁମାନେ ସେଠାକୁ ଯାଉନାହାନ୍ତି । ଯାହାର ଫାଇଦା ସମ୍ପୃକ୍ତ ଅଙ୍ଗନବାଡି ଦିଦି ନେଉଛନ୍ତି । ସିଡିପିଓଙ୍କ କାର୍ଯ୍ୟାଳୟ ବିଭିନ୍ନ ସମୟରେ ବିବାଦରେ ରହିଛି । କେତେବେଳେ ଦଳୀୟ ନେତାଙ୍କ ବ୍ୟତୀତ ଆଉ କେତେବେଳେ ନିଜ ୱାର୍କରମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି । ସେହିଭଳି ବିବାଦ ଉଠାଉଥିବା ସିଡିପିଓ ଅନେକ ସେଣ୍ଟର୍ରେ ନ ଯାଇ ସୁପରଭାଇଜର୍ଙ୍କ ଦ୍ୱାରା ବାରମ୍ବାର ଚଢାଉ କରୁଛନ୍ତି । ଏହା ପୁଣି ଦଳୀୟ ନେତାଙ୍କ ନିଦେ୍ର୍ଦଶ ବୋଲି ଅଭିଯୋଗ ହେଉଛି ।