ରାଜନୈତିକ ଦଳ ସହ ନିର୍ବାଚନ ଆୟୋଗର ସମ୍ପର୍କ ଅଭିଯାନ

ବଲାଙ୍ଗିର : ଭାରତୀୟ ନିର୍ବାଚନ କମିଶନ ସାରା ଦେଶରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ରାଜନୈତିକ ଦଳଗୁଡ଼ିକ ସହିତ ସଂରଞ୍ଚÿିତ ସମ୍ପର୍କର ଏକ ଶୃଙ୍ଖଳା ପରିଚାଳନା କରିଥିଲେ । ୨୫ ଦିନ ମଧ୍ୟରେ ଏବଂ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା, ମୋଟ ୭୧୯ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୪୦ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ୮୦୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩,୮୭୯ ଜଣ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବୈଠକ କରାଯାଇଥିଲା । ଯେଉଁଥରେ ଦେଶବ୍ୟାପୀ ୨୮, ୦୦୦ରୁ ଅଧିକ ରାଜନୈତିକ ଦଳର ପ୍ରତିନିଧ ସାମିଲ ହୋଇଥିଲେ  । ଏହି ବୈଠକଗୁଡ଼ିକ ନୂଆଦିଲ୍ଲୀ ଠାରେ ମାର୍ଚ୍ଚ ୪ ଓ ୫ ରେ ଅନୁଷ୍ଠିତ ମୁଖ୍ୟ ନିର୍ବାଚନ ଅଧୁକାରୀ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଦ୍ୱାରା ଜାରି ନିଦେ୍ର୍ଦଶ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଜନପ୍ରତିନିଧିତ୍ୱ ଆଇନ ୧୯୫୦ ଏବଂ ୧୯୫୧, ଭୋଟର ପଞ୍ଜିକରଣ ନିୟମ, ୧୯୬୦; ନିର୍ବାଚନ ଆଚରଣ ନିୟମ, ୧୯୬୧ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ଜାରି ମାନୁଆଲ୍, ନିଦେ୍ର୍ଦଶାବଳୀ ଏବଂ ନିଦେ୍ର୍ଦଶାବଳୀର ବିଦ୍ୟମାନ ଆଇନଗତ ଢାଞ୍ଚା ମଧ୍ୟରେ ସମ୍ପୃକ୍ତ ସକ୍ଷମ କର୍ତ୍ତୃପକ୍ଷ ଯଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱାରା ଯେକୌଣସି ବିଚାରାଧୀନ ସମସ୍ୟାର ସମାଧାନ କରିବା ପାଇଁ ଏହି ବୈଠକଗୁଡ଼ିକର ଲକ୍ଷ୍ୟ ରଖାଯାଇଛି  । ଅଧିକ ମୂଲ୍ୟାଙ୍କନ ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କଠାରୁ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଗାଯାଇଛି ଏବଂ ଯଦି ବିଦ୍ୟମାନ ଆଇନଗତ ଢାଞ୍ଚା ମଧ୍ୟରେ ସମାଧାନ ନହୁଏ, ତେବେ କମିଶନ ଦ୍ୱାରା ବିଚାର କରାଯିବ । ବିଧାନସଭା ନିର୍ବାଚନମଣ୍ଡଳୀ, ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସକ୍ରିୟ ଏବଂ ଉସôାହୀ ଅଂଶଗ୍ରହଣ ସହିତ ଏହି ଆଲୋଚନାଗୁଡ଼ିକୁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଭଲ ଭାବରେ ଗ୍ରହଣ କରାଯାଇଛି  ।