ସ୍ୱର୍ଗ ରଥ ଗାଡି ସମର୍ପଣ କଲା ଇଣ୍ଡିଆନ ବାୟ ବାର୍ଥ୍ : ଲୋକାର୍ପଣ କଲେ ସାଂସଦ ଅନନ୍ତ ନାୟକ

 କେନ୍ଦୁଝର: ଜିଲ୍ଲାର ଅଗ୍ରଣୀ ସମାଜସେବୀ ସଂଗଠନ ଇଣ୍ଡିଆନ ବାୟ ବାର୍ଥ ପକ୍ଷରୁ ଜେଏସଡବ୍ଲୁ ଫାଉଣ୍ଡେସନ ସହାୟତାରେ କେନ୍ଦୁଝର ଜିଲ୍ଲା ପାଇଁ ଏକ ସ୍ୱର୍ଗ ରଥ ଗାଡିÿ ସମର୍ପଣ କରିଛନ୍ତି । ଉଦ୍ଘାଟନରେ ମୁଖ୍ୟଅତିଥି କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲାପାଳ ବିଶାଲ ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ପୃଷ୍ଟି, ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ, ଇଣ୍ଡିଆନ ବାୟ ବାର୍ଥ ସଂଗଠନ ସହପ୍ରତିଷ୍ଠାତା ସତ୍ୟରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସଂଗଠନ ଜିଲ୍ଲା ସଭାପତି ପ୍ରଭାସ ସାହୁ, ଉପଭାପତି ଅଭିଜିତ ମହାନ୍ତି, ସଂଯୋଜକ ମାନସ ରଞ୍ଜନ ସାହୁ ଓ ଶତାଧିକ ସମାଜସେବୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ବିଜେପି କର୍ମୀ  ଓ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ପ୍ରମୁଖ ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ । ସଂଗଠନ ସହପ୍ରତିଷ୍ଠାତା ଇଂ. ସତ୍ୟରଞ୍ଜନ ସାହୁ କହିଛନ୍ତି ଏ ସଂଗଠନ ଓ ଏହାର ସେବାକୁ ଜିଲାବାସୀ ନିଜର ଭାବି ଗ୍ରହଣ କରିବେ ଏବଂ ଆବଶ୍ୟକ ସ୍ଥଳେ ସ୍ୱର୍ଗ ରଥ ଗାଡିର ୨୪ ଘଣ୍ଟିଆ ସେବାର ସୁବିଧା ନେବେ ବୋଲି ଆଶା ରଖିଛନ୍ତି ।