ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବ୍ରହ୍ମବରଦା: ଯାଜପୁର ବ୍ଲକ ନୀଳକଣ୍ଠପୁର ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସାନବାଗସାହି ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ସାନବାଗସାହି ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରଜମୋହନ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜାଡେଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ମଣ୍ଡଳ ଶିକ୍ଷାଧିକାରୀ ଦେବୀଲାଲ ମଲ୍ଲିକ ଅତିଥି ଭାବେ ହାଜରହିଁମିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ୱାଳ, ନୀଳକଣ୍ଠପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନି ପତି ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାନ୍ତିଙ୍କ ସୁସ୍ଥ ଓ ନିରାମୟ କାମନା କରିଥିଲେ । ଶିକ୍ଷକ ଅବଦୁଲ ରସିଦ ଖାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦସଭ୍ୟ ମଂଟୁ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବୈକୁଣ୍ଠନାଥ ଜେନା ଓ ଚିନ୍ତାମଣି ନାୟକ, ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ସାମଲଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ, ଛାତ୍ରୀଛାତ୍ର ଅଭିଭାବକ, ଗ୍ରାମବାସୀ ଉପସ୍ଥିତଥିଲେ ।