ବାଇକରୁ ଖସି ମହିଳାଙ୍କ ମୃତୁ୍ୟ 

 ବୁଗୁଡା : ବୁଗୁଡ଼ା-ବାଲିପଦର ମୁଖ୍ୟରାସ୍ତାରେ ବାଇକରୁ ଖସିପଡି ଜନୈକା ଅବିବାହିତା ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା(୪୨)  । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୪୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଏସ୍ ଆଇ ଜ୍ୟୋତିଶ୍ରୀ ସାହୁ ସୂଚନା ଦେଇଛନ୍ତି  । ଘଟଣାରୁ ପ୍ରକାଶ ଯେ, ଆରତୀଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ଚିକିସôା ପାଇଁ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କର ପୁତୁରା ବୁନା ମହାରଣାଙ୍କ ବାଇକରେ ବସି ବଡ ଭଉଣୀଙ୍କ ଘର ଭୋଗଡା ଗ୍ରାମକୁ ଆସୁଥିଲେ ।  ବାଲିପଦର-ବୁଗୁଡା ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ପଙ୍କଳବାଡି ଗାଁ ନିକଟରେ ବାଇକ୍ ଆଗକୁ କୁକୁର ଦୌଡି ଆସିବାରୁ ବ୍ରେକମାରିବା ଫଳରେ ବାଇକ ପଛରେ ବସିଥିବା ଆରତୀ ଗାଡିରୁ ଖସି ପଡିଥିଲେ ଏବଂ ତାଙ୍କର ମୁଣ୍ଡ ରୋଡରେ ପିଟି ହୋଇଯିବା ଫଳରେ କାନପଟୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ଅଣାଯାଇଥିଲେ  । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।