ବିଦୁ୍ୟତ ସୁରକ୍ଷା ସପ୍ତାହ ପାଳନ କରୁଥିବା ବିଭାଗ ନିଜେ ସଚେତନ ତ ?


 ପାଣିକୋଇଲି: ବୁଧବାର ଠାରୁ ଆରମ୍ଭ ହୋଇଛି ଜାତୀୟ ବିଦୁ୍ୟତ ସୁରକ୍ଷା ସପ୍ତାହ ପାଳନ । ଲୋକମାନେ ସଚେତନ ଓ ସୁରକ୍ଷôତ ରହିବାର ବାର୍ତା ଓଡିଶା ସରକାରଙ୍କ ଶକ୍ତି ବିଭାଗ ପ୍ରଚାର କରିଛି । 
ଲୋକମାନେଙ୍କୁ ସଚେତନତା କରିବା ପାଇଁ ଛିଣ୍ଡା ତାର, ଭଙ୍ଗା ପ୍ଲଗ/ସକେଟ/ ସୁଇଚ ଲଗା ବିଦୁ୍ୟତ ଉପକରଣ ବ୍ୟବହାର ନକରିବା, ଓଦା ହାତରେ କୌଣସି ବୈଦୁ୍ୟତିକ ସର୍କିଟ ବା ସୁଇଚକୁ ଛୁଇଁବା ମନା,  ବିଦୁ୍ୟତ ଲାଇନ ତଳେ କୌଣସି ନିର୍ମାଣ କାର୍ଯ୍ୟ ନକରିବା ନିକଟସ୍ଥ ବିଦୁ୍ୟତ କାର୍ଯ୍ୟାଳୟ ସହିତ ପରାମର୍ଶ କରି ବିଦୁ୍ୟତ ଲାଇନ ଠାରୁ ଉଚିତ ଦୂରରେ ଘର ତିଆରି କରିବା, ଫସଲ ସୁରକ୍ଷା ପାଇଁ ତାର ବାଡରେ ବିଦୁ୍ୟତ ସଂଯୋଗ ଦ୍ୱାରା ମଣିଷ, ପଶୁ, ପକ୍ଷôଙ୍କ ଜୀବନହାନୀ ହେଉଥିବାରୁ ସେଥିରୁ ନିବୃତ ରହିବା, ରଥଟଣା, ଯାନିଯାତ୍ରା କିମ୍ବା ଶୋଭଯାତ୍ରା ସମୟରେ ରାସ୍ତାରେ ଥିବା ବିଦୁ୍ୟତ ତାର ପ୍ରତି ସର୍ତକ ରହିବା, ଝଡ ବର୍ଷା ଓ ତୋଫାନ ପରେ ଛିଡି ପଡିଥିବା ବିଦୁ୍ୟତ ତାରକୁ ନଛୁଇବା ଓ ବିଦୁ୍ୟତ କାର୍ଯ୍ୟାଳୟକୁ ଜଣାଇବା ଆଦି ସଚେତନତା ବାର୍ତ୍ତା ଦିଆଯାଇଛି । ଏହି ବାର୍ତା ପ୍ରତି ସଚେତନ ରହିଲେ ଆମ୍ଭେ ଅନେକ ବିପତିରୁ ନିଜକୁ ରକ୍ଷା କରି ପାରିବା ଏହା ନିଶ୍ଚିନ୍ତ ।ହେଲେ ବିଭାଗ ଉପଭୋକ୍ତା ବା ଜନସାଧାରଣଙ୍କୁ ସଚେତନ କରୁଥବା ବେଳେ ନିଜେ କେତେ ସଚେତନ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନେକ ସମୟରେ ଦେଖାଯାଏ ବିଦୁ୍ୟତ ବିାଭଗ ଅବହେଳାରୁ କେଉଁଠି ତାର ଖସି ହାତାପାଆନ୍ତାକୁ ଚାଲିଆସିଛି । କେଉଁଠି ବିଦୁ୍ୟତ ଖୁଣ୍ଟ ବଙ୍କି ଯିବାରୁ ତାର ହତ ପାଖକୁ ଚାଲି ଆସିଛି । କେଉଁଠି ତାର ଯାଇ ଗଛ ଡାଳରେ ଲାଗିଲାଣି, କେଉଁଠି ଟ୍ରାନ୍ସଫରମର ଉପରେ ଲତା ଗଛ ମାଡିଗଲାଣି । ବିଟ୍ରିଶ ଅମଳରୁ ଲାଗିଥିବା ବିଦୁ୍ୟତ ତାର ପରିବର୍ତ୍ତନ କରାନଯିବାରୁ ଟିକେ ପବନ ହେଲେ ବାରମ୍ବାର ତାର ଛଡିବା । ରାସ୍ତା ଉପରେ ବିଦୁ୍ୟତ ଖୁଣ୍ଟ ଉଠାନଯିବାରୁ ଯାତାୟତରେ ବାଧାଉପୁଜୁଛି । ଲୋକମାନେ ସଚେତନ ନୁହେଁ ବଂର ବିଦୁ୍ୟତ ବିଭାଗ ନିଜେ ପରିବର୍ତନ ହେଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।