କାହିଁକି ମଝିରେ ମଝିରେ ମନେ ପଡେ ଖଣି-ପ୍ରଦୂଷଣ ବିଭାଗର ବିଛାଖଣ୍ଡି କ୍ରସର କଥା?
ଜାରକା : ଜିଲା ଖଣି ଉପ ନିଦେ୍ର୍ଦଶକ ଓ ପ୍ରଦୂଷଣ ବିଭାଗ ମିଳିତ ଭାବେ ବିଛଖଣ୍ଡି କ୍ରସର ୟୁନିଟ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ସେଗୁଡିକର ବୈଧତା ସମ୍ପର୍କିତ ତଦାରଖ କରିଥିବା ଜଣା ପଡ଼ିଛି ।
ବିଛଖଣ୍ଡିରେ ଥିବା ମୋଟ ୧୭ ଟି କ୍ରସରକୁ ଯାଇ ତାନଖି କରିଛନ୍ତି । ବିଗତ ବର୍ଷ ବର୍ଷ ଧରି ଏହି ଅଞ୍ଚଳରୁ ବେଆଇନ କଳା ପଥର ଉତୋଳନ ଓ ପରିବହନ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖି ଦୃଷିଆ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏକାଧିକବାର ଏଠାରେ ଚଢାଉ ହେଉ ଥିବାର ଦେଖିବାକୁ ମିଳୁଥିବା ବେଳେ ଦିନ କେଇଟା ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଯାଏ । ବିଛଖଣ୍ଡିରେ ଥିବା ଏକାଧିକ କ୍ରସର ମଧ୍ୟରୁ କେତୋଟି ନିର୍ଦ୍ଧିଷ୍ଟ କ୍ରସରକୁ ଛାଡି ଦେଲେ ବାକି ସମସ୍ତ କ୍ରସର ନିୟମ ବାହାରେ ରହି କାର୍ଯ୍ୟ କରୁଥିବା ଅଭିଯୋଗହୁଏ । ଯେଉଁଥି ପାଇଁ ପୂର୍ବରୁ ପ୍ରଶାସନ ଅନେକ କ୍ରସରକୁ କାରଣ ଦର୍ଶାଅ ନୋଟିସ ଦେବା ସହିତ ବଳ ପ୍ରୟୋଗ କରି ଭାଙ୍ଗି ଦେଇଥିଲା । ଅନେକ କ୍ରସର ଜଙ୍ଗଲ ଜମିକୁ ଦଖଲ କରି ରଖିଥିବାରୁ କୌଣସି ମତେ ବୈଧ ପ୍ରମାଣ ପତ୍ର ହାତେଇ ପାରିବା କଥା ନୁହେଁ । ସେମାନେ ପୂର୍ବରୁ ସବୁ ଆଇନ କାନୁନକୁ ଫାଙ୍କି ଦେଇ ଦୀର୍ଘ ବର୍ଷ ଧରି ନିଜର ସାମ୍ରାଜ୍ୟ ଚଳାଇ ଆସିଛନ୍ତି । ସେତେବେଳେ ପ୍ରଶାସନ କାହିଁକି ଚୁପ୍ ରହୁଥିଲା ବା ଲୋକଦେଖାଣିଆ ଭାବରେ କେବଳ ଧର୍ମକୁ ଆଖିଠାର ମାରି କର୍ତବ୍ୟ ସମ୍ପାଦନ କରୁଥିଲା ତାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ନୁହେଁ କି? ପ୍ରଦୂଷଣର ସବୁ ନିୟମ କାନୁନକୁ ଫୁ କରି ଦୀର୍ଘ ବର୍ଷ ଧରି ଏଠାରେ କ୍ରସର ଗୁଡ଼ିକ ଚାଲି ଥିବା ବେଳେ ଗଣ ଅଭିଯୋଗକୁ ଗୁରୁତ୍ୱ ନଦେଇ ବସି ଯାଇଥିବ ବିଭାଗ ହଠାତ୍ ବନ୍ଦ ରହିଥିବା କ୍ରସର ୟୁନିଟ ଗୁଡିକ ଜାଞ୍ଜ ପାଇଁ କାହିଁକି ମନ ବଲାଇଛି ଉଦେ୍ଦଶ୍ୟ ମଧ୍ୟ ସନେ୍ଦହ ଘେରରେ ରହିଛି । ସରକାର ପରିବର୍ତ୍ତନ ପରେ ଏଭଳି ତତ୍ପରତା ସ୍ୱାଗତ ଯୋଗ୍ୟ ହୋଇଥିଲେ ମଧ୍ୟଏବେ ପ୍ରାୟତ ଏଠାରେ ବନ୍ଦ ରହିଥିବା କ୍ରସର ଉପରେ କାର୍ଯ୍ୟାନୁଷ୍ଠାନର ଉଦେ୍ଦଶ୍ୟ କଣ ବୋଲି ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସେହିପରି ଖଣି ଚୋରିରେ ରେକର୍ଡ କରିଥିବା ବିଛଖଣ୍ଡି ଅଞ୍ଚଳରେ ଖଣି ବିଭାଗ ପକ୍ଷରୁ କେବେ ହେଲେ ସେଭଳି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳିନାହିଁ । ସେହିପରି ୨୦୦ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କ୍ଷେତ୍ରରେ ମଧ୍ୟ ଜିଲା ପ୍ରଶାସନ ସେପରି ଆନ୍ତରିକତା ଦେଖାଉନି । ଟିକସ ଫାଙ୍କିବାର ସବୁ ରାସ୍ତା କୁଆଡେ ମାଫିଆ ମାନେ ସେହି ମାନଙ୍କ ଠାରୁ ପାଇ ଆଇନ୍ କାନୁନର ଗଳା ବାଟକୁ ବାଛିଛନ୍ତି । ଏତେ ଟଙ୍କାର ରାଜସ୍ୱ ଫାଙ୍କି ସେମାନେ ମଧ୍ୟ ନିଜ ସମ୍ପର୍କୀୟଙ୍କ ନାମରେ ଲିଜ ନେଇ ପୁନର୍ବାର ବେଆଇନ ଉତୋଳନ ଜାରି ରଖିଥିବା ଲୋକ ଲୋଚନକୁ ଆସିଛି । ଯଦିଓ ସେହି ଅଞ୍ଚଳରୁ ଦିନ ଦ୍ୱିପହରରେ ଏଠୁ ସେଠୁ ସବୁଠୁ କଳା ପଥର ଉତ୍ତୋଳନ ହେଉଥିଲା କିନ୍ତୁ ପ୍ରଶାସନର ତଦାରଖ ବ୍ୟବସ୍ଥା ସେଭଳି ଦେଖିଲା ଭଳି ନଥିଲା କାହିଁକି? କେହି କେହି ଏହା ପଛରେ ମାଫିଆଙ୍କ କଳା ଟଙ୍କା କାର୍ଯ୍ୟ କରୁଥିଲା ବୋଲି କହୁଥିବା ବେଳେ ବାସ୍ତବ ସତ କଣ ତାହା ତଦନ୍ତ ସାପେକ୍ଷ । କେତେକ କ୍ରସର ମାଲିକ ନିଜ ନାମ ଗୋପନ ରଖି କହିଛନ୍ତି କ୍ରସର ଏକ କ୍ଷୁଦ୍ର ଶିଳ୍ପ । ରାଜସ୍ୱ ବିଭାଗ ଅଧୀନରେ ରହି ଥିବାରୁ ଏହାର ତଦାରଖ ତହସିଲଦାର କିମ୍ୱା ଜିଲାପାଳସ୍ତରୀୟ ଅଧିକାରୀ କରିବା କଥା । ଖଣି ଉପ ନିଦେ୍ର୍ଦଶକ କାହିଁକି ଆସୁଛନ୍ତି ତାହା ଆମ ବୁଝିବା ବାହାରେ । ଯଦି ବି ଆସୁଛନ୍ତି ତେବେ କ୍ରସରରେ ଗଚ୍ଛିତ କଳାପଥରକୁ ମାପ ଚୁପ ନକରି କୋଉ ଆଧାରରେ ଆସେସମେଣ୍ଟ କରୁଛନ୍ତି ତାହା ବୁଝା ପଡୁନାହିଁ ।