ଖୋଲିଲା କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନ
ବ୍ୟାସନଗର,: ବ୍ୟାସନଗର ପୌରପରିଷଦ ରାଜୀବଗାନ୍ଧି ଷ୍ଟାଡିୟମ ନିକଟରେ କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ନାମରେ ଏକ ଶିକ୍ଷାନୁଷ୍ଠାନ ଖୋଲିଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ.କୁଶଚନ୍ଦ୍ର ପ୍ରଧାନଙ୍କ ଉଦ୍ଦ୍ୟମରେ ପ୍ରତିଷ୍ଠିତ ବିଦ୍ୟାଳୟ କ୍ରୀଷ୍ଣା ଚାରିଟେବୁଲ ପ୍ରୋଗ୍ରେସିଭ ଟ୍ରଷ୍ଟର ଏକ ଶାଖାରୂପେ କାର୍ଯ୍ୟ ଆରମ୍ଭ କରିଛି । ବ୍ୟାସନଗର ପୌରପରିଷଦ, କୋରେଇ ବ୍ଲକ ଓ ଦାନଗଦୀ ବ୍ଲକର ଗରୀବ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅର୍ଥାଭାବ ହେତୁ ନିକଟସ୍ଥ ଅନ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଲାଭ କରିପାରୁନଥିବାରୁ କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ଆରମ୍ଭକରିଛି । ଛାତ୍ରଛାତ୍ରୀମାନଙ୍କ ପାଠ୍ୟଖସଡା ସହିତ ବିଦ୍ୟାଳୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଓ ସଂସ୍କୃତ ଭାଷାପ୍ରତି ଧ୍ୟାନ ଦିଆଯାଇ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ଦିଗରେ ସମସ୍ତଯନô ନିଆଯିବ ବୋଲି କୁହାଯାଇଛି । ଚିତ୍ତରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।