ବିଦୁ୍ୟତ୍ ଆଘାତରେ ଯୁବକ ମୃତ

 ସୁକିନ୍ଦା:  ବିଦୁ୍ୟତ ଆଘାତରେ ସୁକିନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ସୂଚନା ମୁତାବକ ଥାନା ଅନ୍ତର୍ଗତ ଆମ୍ବସାର ଗ୍ରାମ ଅଭିରାମ ମୁଣ୍ଡାଙ୍କ ପୁଅ ବାଦଲ (୨୮) ଘରେ ମୋବାଇଲ ଚାର୍ଜର ଲଗାଉଥିବା ବେଳେ ବିଦୁ୍ୟତ ଆଘାତର ଶିକାର ହୋଇ ଗୁରୁତର ହୋଇଥିଲେ । ପରିବାର ଲୋକେ ତୁରନ୍ତ ତାକୁ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବାଦଲକୁ ମୃତ ଘୋଷଣା କରିବା ସହ ସୁକିନ୍ଦା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।