ଚଢିଗଲା ବାଲି ବୋଝେଇ ହାଇୱା ଷଣ୍ଢ ମୃତ; ୧ ସଂକଟାପନ୍ନ

 ବୈତରଣୀରୋଡ଼ : ମାସଟେ ସଠିପୁର-ବୈତରଣୀ ରୋଡରେ ଗଡ଼ିବନି ଭାରିଯାନ । ସମସ୍ତ ଭାରି ଯାନବାହନ ବୈତରଣୀ ସଡ଼କ ରାସ୍ତାରୁ ରଗଡି, ବରୁଣ୍ଡାଇ, ମିନାବଜାର, ପଛିକୋଟେ ମାର୍ଗରେ ପରିଚାଳିତ ହେବ । ସଡ଼କ ବିସ୍ତାର, ସୁଦୃଢ଼ୀକରଣ କାର୍ଯ୍ୟ ଚାଲୁଥିବାରୁ ଏଭଳି  ଆଦେଶନାମା ଜିଲ୍ଲାପାଳ ଅମ୍ବର କୁମାର କର ଗତକାଲି ଜାରି କରିଥିଲେ । ଆଦେଶନାମା ମତେ ବୈତରଣୀର ବିଭିନ୍ନ ଘାଟରୁ ବୋଝେଇ ହୋଇ ଆସୁଥିବା ଭାରିଯାନ ବରୁଣ୍ଡେଇ କୋରେଇ ରାସ୍ତା ଦେଇ ଯିବା ଆସିବା ଆରମ୍ଭ କରିଛି । କିନ୍ତୁ ସଂପୃକ୍ତ ରାସ୍ତାରେ ବାଲି ବୋଝେଇ କରି ଯାଉଥିବା ହାଇୱା ରାସ୍ତାରେ ଶୋଇଥିବା ଷେଣ୍ଢ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ଗୋ-ସଂପଦର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି । ହାଇବା ଚାଳକଙ୍କ ବେପରୁଆ ଚାଳନା ଯୋଗୁ ଏହା ଘଟିଥିବା ବେଳେ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବର ମତେ କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ କୋରେଇ ବଜାର ମଧ୍ୟ ଦେଇ ଯାଉଥିବା ଅଜଣା ବାଲି ବୋଝେଇ ହାଇବା  ଆଜି ଭୋର ସମୟରେ ରାସ୍ତା ଉପରେ ଶୋଇ ରହୁଥିବା ପ୍ରାଣୀ ସମ୍ପଦ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଗୋଟିଏ ଷେଣ୍ଢର ମୃତୁ୍ୟ ଘଟିଥିବା ବେଳେ ସ୍ଥାନୀୟ ଲୋକ ମୁର୍ମୂଷ ଗୋ-ସଂପଦକୁ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସକଙ୍କ ମାଧ୍ୟମରେ ଚିକିତ୍ସା କରାଇଥିଲେ । ହେଲେଏଭଳି ଅବସ୍ଥା ଭିତରେ ନିଜକୁ ଅସୁରକ୍ଷିତ ମନେକରି ଉକ୍ତ ରାସ୍ତା ମଧ୍ୟ ଦେଇ ବାଲି ଗାଡ଼ି ଚଳାଚଳକୁ ସ୍ଥାନୀୟ ଲୋକେ ବିରୋଧ କରିବା ଦେଖିବାକୁ ମିଳିଛି । ଅଣାୟତ ପରିସ୍ଥିତି ହେବା ପୁର୍ବରୁ ଉକ୍ତ ରାସ୍ତା ମଧ୍ୟରେ ଭାରିଯାନ ଚଳା ଚଳକୁ ବନ୍ଦ୍ କରିବାକୁ ଦାବି କରାଯାଉଛି ।