ସୁପରଫାଷ୍ଟ ଟ୍ରେନକୁ ଏକ୍ସପ୍ରେସ୍ ପାହ୍ୟାକୁ ଖସାଇବାକୁ ନେଇ ଅସନ୍ତୋଷ

 ବେତନଟୀ: ବ୍ୟସ୍ତବହୁଳ ମଣିଷର ଜୀବନଯାତ୍ରା ଦିନକୁ ଦିନ ଅଧିକ ଦୁର୍ବିସହ ହୋଇ ପଡୁଥିବାବେଳେ ସଡ଼କ ବା ରେଳ ପଥରେ ଯାତାୟତକୁ ଅଧିକ କ୍ଷୀପ୍ର କରାଯିବା ପାଇଁ ନ୍ନ୍ଷ୍ଟପ ବସ୍ ସେବା ସହିତ ଘରୋଇ ଏବଂ ବ୍ୟକ୍ତିଗତ ଯାନବାହାନର ପ୍ରଚଳନ ବଢ଼ିବା ସହିତ ବନେ୍ଦ ଭାରତ ଟ୍ରେନ ସଂଖ୍ୟା ବଢ଼ିଛି । ସେହିପରି ଅଧିକ ସମୟ ବଞ୍ଚାଇବାର ଆବଶ୍ୟକତା ଜରୁରୀ ହୋଇ ପଡିବାରୁ ବିମାନ ସେବା ମଧ୍ୟ ବଢ଼ିଛି । ମାତ୍ର ଉତ୍ତର ଓଡ଼ିଶାର ଆର୍ଥଛକ ଅନଗ୍ରସର ଆଦିବାସୀ ବହୁଳ ଏବଂ ଅଣ ବିକଶିତ ଜିଲ୍ଲାର ରେଳ ଯାତ୍ରୀଙ୍କ ଏକମାତ୍ର ନିର୍ଭରଯୋଗ୍ୟ ଏବଂ ଖଣ୍ଡିଏ ମାତ୍ର ସୁପରଫାଷ୍ଟ ଟ୍ରେନ୍ ଯାହା ବାଙ୍ଗିରିପୋଷିରୁ ବାରିପଦା, ବେତନଟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ଗତ ୨୨ ଜାନୁଆରୀ ୧୩ତାରିଖରୁ ସୁପରଫାଷ୍ଟ ଟ୍ରେନଟି ଅଦ୍ୟାବଧି ଚଳାଚଳ କରି ଆସୁଥିଲା । ଏହା ବାଙ୍ଗିରିପୋଷିରୁ ୪.୨୦ମିନିଟ୍ରେ ଛାଡି ଭୁବନେଶ୍ୱରରେ ୧୦ଟା ଏବଂ ପୁରୀରେ ଦିନ ୧୧ଟା ସମୟରେ ପହଞ୍ଚୁଥିବା ଯୋଗୁଁ ଏହି ଜିଲ୍ଲାର ଲୋକେ ବିଶେଷ ଭାବେ ଉପକୃତ ଥିବା ସହିତ ପଡୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ପର୍ଯ୍ୟନ୍ତ ଜିଲ୍ଲାର ଲୋକେ ମଧ୍ୟ ଏହି ଟ୍ରେନ ସେବାରୁ ଫାଇଦା ଉଠାଉଥିଲେ । ବାଙ୍ଗିରିପୋଷିରୁ ପୁରୀ ୩୭୫ କିମି ଦୂରତ୍ୱକୁ ଅତିକ୍ରମ କରିବା ପାଇଁ ୬ ଘଣ୍ଟା ୪୫ ମିନିଟ୍ ସମୟ ଲାଗୁଥିଲା । ଯାହାଫଳରେ ଏହି ସୁପରଫାଷ୍ଟ ଟ୍ରେନ୍ରେ ସାରା ମୟୂରଭଞ୍ଜ ଜିଲ୍ଲାର ଚାରିଟି ଯାକ ସବ୍ଡିଭିଜନ ସମେତ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନରେ ଯାଉଥିବା ପଡ଼ୋଶୀ ଝାଡଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗର ଲୋକେ ମଧ୍ୟ ପୁରା ସୁଯୋଗ ପାଉଥିଲେ । ବିଭିନ୍ନ ସରକାରୀ କୋର୍ଟ କଚେରୀ ଅଫିସ ଯାଉଥିବା ଲୋକେ ରୋଗୀ ଛାତ୍ରଛାତ୍ରୀ ସରକାରୀ ଓ ବେସରକାରୀ କର୍ମଚାରୀ ଠାରୁ ବ୍ୟବସାୟମାନଙ୍କ ପାଇଁ ଏହି ଟ୍ରେନଟି ସବୁଠାରୁ ଅଧିକ ସୁବିଧାଜନକ ଏହି ରୁଟରେ ହେଉଥିଲା । ମାତ୍ର ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ଲୋକସଭା ଓ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କର ଦାୟିତ୍ୱ ହୀନତାରୁ ଏହି ସୁପରଫାଷ୍ଟ ଟ୍ରେନ୍ଟିକୁ ଏକ୍ସପ୍ରେସ ପାହ୍ୟାକୁ ଖଡଗପୁର ସ୍ଥିତ ରେଳଡିଭିଜନ ପକ୍ଷରୁ କାହାରି ମତାମତ ବା ବିନା ସୁପାରିସରେ  ଖସାଇ ଦେବା ଯୋଗୁଁ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ବିଜେପି ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ପଦରେ ବିଜୟ ଲାଭ କରି ମଧ୍ୟ ଜିଲ୍ଲାବାସୀଙ୍କ ପ୍ରତି ଏହି ଷଡଯନ୍ତ୍ର ଓ ଚକ୍ରାନ୍ତକୁ କଡା ଭାଷାରେ ନିନ୍ଦା କରିବା ସହିତ ବିଭିନ୍ନ ଫୋରମ ଓ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବିରୋଧ ଏବଂ ତୀବ୍ର ସମାଲୋଚନା କରାଯାଇଛି । ବେତନଟୀର ସିିଟିଜେନ ଫୋରମ, ସିଭିଲ ସୋସାଇଟି, ସାମ୍ବାଦିକ ସଂଘ, ଅବସରପ୍ରାପ୍ତ କର୍ମଚାରା ସଂଘ, ବେତନଟୀ ବଣିକ ସଂଘ ଓ ଶ୍ରମିକ ସଂଘ ଗୁଡିକ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହି ସୁପରଫାଷ୍ଟଟି ଏକ୍ସପ୍ରେସ୍ ପାହ୍ୟାକୁ ଖସାଇ ଦିଆଗଲେ ସମାନ ରାସ୍ତାକୁ ୯ ଘଣ୍ଟା ୧୦ ମିନିଟ ଲାଗିବ ଏବଂ ଜରୁରୀ କାମରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ବସ୍ରେ ଯାତାୟତ କରିବାକୁ ବାଧ୍ୟ ହେବେ । ଯାହା ରେଳ ଡିଭିଜନର ଜିଲ୍ଲା ବସ ମାଲିକ ସଂଘ ସହିତ ସଲାସୁତରାରେ ଏଭଳି କରାଯାଇଥିବା ବରିଷ୍ଠ ସାମ୍ବାଦିକ ଓ ବେତନଟୀ ବିକାଶ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଏବଂ ସଂଯୋଜକ ତଥା ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା କହିଛନ୍ତି । ରାଷ୍ଟ୍ରପତିଙ୍କ ନିଜ ଜିଲ୍ଲାରେ ରେଳବାଇର ଆଦିବାସୀ ବହୁଳ ଜିଲ୍ଲାବାସୀଙ୍କ ପ୍ରତି ଏହି ଅବିଚାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଆଡୁ ଅନୁଧ୍ୟାନ କରିବାକୁ ଦାବି କରାଯାଇଛି ।