ବିଦେଶୀ ମଦ ଚୋରା ଚାଲାଣ
ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ମଦ ଚୋରା କାରବାର । ଜିଲ୍ଲାର ବିଭିନ୍ନ ସ୍ଥ୍ନରୁ ମଦ ଚୋରା କାରବାର ହେଉଥିବାର ଅନେକ ପ୍ରମାଣ ଓ ଅଭିଯୋଗ ଆସୁଥିବା ବେଳେ ଅବକାରୀ ବିଭାଗ କିନ୍ତୁ ଏସବୁ ସତ୍ବେ କିଛି ହାତ ଗଣତି ମାମଲା ରୁଜ୍ଜୁ କରୁଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ଠୋସ ପଦକ୍ଷେପ ନେଉଆ ନଥିବା ଅଭିଯୋଗ ହେଉଛି । ଯାହା ଫଳରେ ଚୋରା ବେପାରୀଙ୍କୁ ଖୋଲା ଖୋଲି ଭାବେ ଅଧିକ ଲାଭ ପାଇବା ପାଇଁ ଲାଇସେନ୍ସ ପ୍ରପାତ ମଦ ଦୋକାନୀ ମଦ ବିକ୍ରି କରି ପ୍ରଚୁର ଲାଭବାନ ହେଉଥିବା ବେଳେ ଗାଁ ଗହଳିରେ ବୀନା କୌଣସି ଲାଇସେନ୍ସରେ ମଦ ବିକ୍ରୟ କରୁଛନ୍ତି ଚୋର ବେପାରୀ । ଦିନ ଦ୍ୱିପ୍ରହରରେ ମଦ ଚାଲାଣ ହେଉଥିବାର କିଛି ଏପରି ଚିତ୍ର ଆସିଛି ଜିଲ୍ଲାର କାଲିମେଳା ଥାନା ଅଞ୍ଚଳରୁ । ଯେଉଁଠି ଠିପି ଖୋଲା ମଦ ବାରରୁ ବିପୁଳ ପରିମାଣର ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଗାଁ ଗହଳିରେ ଥିବା ଚୋରା ବେପାରୀଙ୍କୁ ଅଟୋ ସାହାଯ୍ୟରେ ପେଟି ପେଟି ବିଦେଶୀ ମଦ ଯୋଗାଉଛନ୍ତି ବାର ମାଲିକ । ଅବକାରୀ ବିଭାଗର ନାକ ତଳେ ମଦ ବାର ଖୋଲିବା ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ଏପରି ବେଆଇନ କାଯ୍ୟକଳାପ ଜାରୀରଖିଥିବା ବେଳେ ଏପରି ଖବର ଅବକାରୀ ବିଭାଗ କିପରି ଜାଣିପାରୁନି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚି ସୃଷ୍ଟି କରୁଛି । ସୂଚନା ଅନୁଯାୟୀ ଏକ ଅଟୋ ଯୋଗେ ପେଟି ପେଟି ମଦ ଚୋରା ଚାଲାଣ ହେଉଥିଲା । ତେବେ ମଦ ବାର ତଥା ଠିପି ଖୋଲା ମଦ ଦୋକାନର ନିୟମ ଅନୁଯାୟୀ ଉକ୍ତ ଦୋକାନୀ ଲୋକଙ୍କୁ ବିପୁଳ ପରିମାଣର ଠିପି ବନ୍ଦ ମଦ ବୋତଲ ବିକ୍ରୟ କରିବ ନାହି । କିନ୍ତୁ ପେଟି ପେଟି ମଦ ଏକ ଅଟୋ ଯୋଗେ ଚୋର ବେପାରୀକୁ ମଦ ପଠାଉଥିବା ନେଇ ଜାଣିବା ପରେ ଏନେଇ କିଛି ବ୍ୟକ୍ତି କାଲିମେଳା ସ୍ଥିତ ଅବକାରୀ ବିଭାଗକୁ ଫୋନ୍ ଯୋଗେ ମଦ ଚୋରା ଚାଲାଣ ହେଉଥିବା ନେଇ ଅବଗତ କରାଇଥିଲେ । କିନ୍ତୁ ସେ ମଦ ବେପାରୀଙ୍କୁ ଧରିବା ପରିବର୍ତ୍ତ କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଛି । ତେବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଅବକାରୀ ବିଭାଗ ଓ ବାର ମାଲିକଙ୍କ ସଲାସୁତୁରାରେ ପ୍ରତିଦିନ ବିଭିନ୍ନ ଗାଡ଼ି ଯୋଗେ ପେଟି ପେଟି ମଦ ଚୋରା ଚାଲାଣ ହେଉଛି । ଜିଲ୍ଲାରେ କିଛି ମଦ ଦୋକାନୀ ଏପରି ଲକ୍ଷ ଲକ୍ଷ ଟଙ୍କାର ମଦ ଚୋରାରେ ବିକ୍ରୟ କରୁଥିବା ବେଳେ କିପ୍ରାୟ ଅବକାରୀ ବିଭାଗ ଏହାର ଟେର ପାଉନି ତାହାକୁ ନେଇ ସନେ୍ଦହ ସୃଷ୍ଟି ହେଉଛି । ତେବେ ଏନେଇ ଆମେ ବାରମ୍ବାର ଜିଲ୍ଲା ଅବକାରୀ ଅଧିକାରୀ ବିମ୍ବାଧର ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହି ।
 
 Rasmita Behera
                                    Rasmita Behera                                 
    
 
    
 
 
 
