ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା : ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭୨ ଗ୍ରାମର ଦୁଇ ଆଦିବାସୀ ନାବାଳିକା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ଦେଢ ମାସ ବିତି ଯାଇଥିବା ବେଳେ ପୀଡିତା ଛାତ୍ରୀଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଲାର ଏକାଧିକ ସଙ୍ଗଠନ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପୋଲିସ ଘଟଣାକୁ ଆତ୍ମ ହତ୍ୟାର ରୂପ ଦେଇ ତଦନ୍ତ ଜାରି ରଖିଥିବା ବେଳେ ଉଭୟ ଛାତ୍ରୀଙ୍କ ମର ଶରୀରର ପଞ୍ଚନାମା ସମୟରେ ଥିବା ସ୍ଥାନୀୟ ବାସିନ୍ଧା ଏହାକୁ ହତ୍ୟା ଓ ଦୁଷ୍କର୍ମ ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ନ୍ୟାୟ ପାଇଁ ସ୍ୱର ଉଠାଉଥିବା ଗୋଟିଏ ପରିବାରକୁ ବଙ୍ଗଳାଦେଶରୁ ଫୋନ ମାଧ୍ୟମରେ ଧମକ ଆସୁଥିବା ବେଳେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଏହାକୁ ଏକ ନିର୍ମମ ହତ୍ୟା ଏବଂ ଦୁଷ୍କର୍ମ ବୋଲି ଅଭିଯୋଗ ଆଣି ଦ୍ୟାନରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାକୁ ଦେଢ ମାସ ସାମୀ ବୀତି ଯାଇଥିବା ବେଳେ କୌଣସି ସୁଫଳ ମିଳୁ ନଥିବାରୁ ଜିଲ୍ଲାର ବିଭିନ୍ନ ସଙ୍ଗଠନ ସହ ରାଜ୍ୟ ସ୍ତରୀୟ ସଙ୍ଗଠନର କର୍ମକର୍ତ୍ତା ମାନେ ନ୍ୟାୟ ଦାବିରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ସତ୍ୟାଗ୍ରହ କରି ଅନଶନରେ ବସି ରହିଛନ୍ତି । ଜିଲ୍ଲା ଓ ରାଜ୍ୟର ଏକାଧିକ ସଙ୍ଗଠନର ଶତାଧିକ କର୍ମକର୍ତ୍ତା ନ୍ୟାୟ ସତ୍ୟାଗ୍ରହରେ ସାମିଲ ଥିବା ବେଳେ ସ୍ଥାନୀୟ ବସ୍ଷ୍ଟାଣ୍ଡ ଠାରୁ ହାତରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲା କାର୍ଡ ଧରି ମହିଳା ଏବଂ ପୁରୁଷ ମାନେ ବିରାଟ ଶୋଭାଯାତ୍ରାରେ ସହର ପରୀକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଯୋଗୁଁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଦେଇ ଯାତାୟତ କିଛି ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା । ଉଭୟ ଛାତ୍ରୀ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଏହି ନ୍ୟାୟ ସତ୍ୟାଗ୍ରହ ଆବାହକ ଶରତ ବୁରୁଦା କହିଛନ୍ତି ଯେ, ଉଭୟ ନାବାଳିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଏହା ସହ ଗଣ ଦୁଷ୍କର୍ମ ମଧ୍ୟ କରାଯାଇଛି । ଏହି ଘଟଣାରେ କିଛି ବଡ ବଡିଆଙ୍କ ପିଲାଏ ସମ୍ପୃକ୍ତ ଥିବା ବେଳେ ସେମାନେ ସରକାରୀ ଦଳର ଛତ୍ର ଛାୟାରେ ସୁରକ୍ଷିତ ରହିଥିବା ନେଇ ଶ୍ରୀ ବୁରୁଦା ଅଭିଯୋଗ ଆଣିଛନ୍ତି । ଏହା ସହ ପଞ୍ଚନାମା ସମୟରେ ଥିବା ସାଖି ମାନେ ତାଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି ତାହା ଘଟଣାକୁ ହତ୍ୟା ଓ ଦୁଷ୍କର ଆଡକୁ ଇଙ୍ଗିତ କରିଛି । ଏପରିକି ଶ୍ରୀ ବୁରୁଦା ଏନେଇ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଡାକ୍ତରଙ୍କ ସହ ମୌଖିକ ରୂପେ ଆଲୋଚନା ବେଳେ ସେମାନେ ମଧ୍ୟ ଘଟଣାକୁ ହତ୍ୟା ଓ ଦୁଷ୍କର୍ମ ହୋଇଥିବା ଅନୁମାନ କରୁଥିବା ପ୍ରକାଶ କରିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟରେ କିନ୍ତୁ ସେପରି କୌଣସି ତଥ୍ୟ ସାମ୍ନାକୁ ନଆଶିବା ସନେ୍ଦହ ସୃଷ୍ଠୀ କରୁଛି ବୋଲି ସେ ଅଭିଯୋଗ ଆଣି ଘଟଣାର ସିବିଆଇ କିମ୍ବା ଉଚ୍ଚÿସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଧାରଣାରତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରିଥିବା ବେଳେ ଏହାର କୌଣସି ନିଷ୍କର୍ଷ ବାହାରି ନଥିବାରୁ ଏହି ନ୍ୟାୟ ସତ୍ୟାଗ୍ରହ ଜାରି ରହିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ନାବାଳିକା ଛାତ୍ରୀ ମନ୍ଦିରା ସୋଡି ଏବଂ ଜ୍ୟୋତି ହାଲଦାର ବିଦ୍ୟାଳୟରୁ ଗତ ଫେବ୍ରୁଆରି ୬ ତାରିଖରୁ ନିଖୋଜ ହୋଇଥିବା ବେଳେ ୮ ତାରିଖ ଦିନ ଉଭୟଙ୍କ ଝୁଲନ୍ତା ମୃତ ଦେହ ମୋଟୁ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ନିଖୋଜ ସମୟରେ ପରିବାର ଲୋକଙ୍କ ପକ୍ଷରୁ ଏମଭି ୭୯ ଥାନାରେ ନିଖୋଜ ନେଇ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୃତ ଦେହ ଉଦ୍ଧାର ପରେ ହତ୍ୟା ନେଇ ପରିବାର ଲୋକେ ମୋଟୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୀଡିତାଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବି ନେଇ ମାଲକାନଗିରି ଜିଲ୍ଳାର ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ରାଜ ରାସ୍ତା କ୍ୟା ଓହ୍ଲାଇ ଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ ମହାଦଳିତ ପରିଷଦ, ଜିଲ୍ଲା ଆଦିବାସୀ ସମାଜ ମହାସଙ୍ଘ, ବଙ୍ଗାଳୀ ସମାଜ, ଡମ୍ବ ସମାଜ,ବ୍ରାହ୍ମଣ ସମାଜ, ଡି.ଏଲ.ଓ,ଏସିଏସ୍ଟି ମିଳିତ କ୍ରିୟାନୁଷ୍ଠାନ କମିଟି ଭଳି ଅନେକ ସଙ୍ଗଠନର ସଦସ୍ୟ ମାନେ ସାମିଲ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
