ପଞ୍ଚୁକର ପ୍ରଥମ ଦିନ; ଶୈବ ପୀଠରେ ଶ୍ରଦ୍ଧାଳୁ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ପଂଚୁକ ପାଇଁ ଚଳଚଞ୍ଚଳ ହୋଇଉଠିଛି ପ୍ରତ୍ୟେକ ଶୈବପୀଠ । ସହର ଠୁ ପୁରପଲ୍ଲୀ ସମସ୍ତେ ପଂଚୁକର ପ୍ରଥମ ଦିନରେ ଶୈବପୀଠରେ ପହଁଚି ବାବା ଭୋଳେନାଥଙ୍କୁ ଦର୍ଶନ କରିଥିଲେ । କୋରେଇ ବ୍ଲକ ଧନପୁର ବାବା ବାଳକେଶ୍ୱର୍ ମନ୍ଦିରରେ ପଂଚୁକର ପ୍ରଥମ ଦିନରେ ଶ୍ରଦ୍ଧାଳୁ ପହଁଚି ବାବାଙ୍କ ଦର୍ଶନ କରିଥିଲେ । ପୂଜାରୀ ବିଭୂତି ଭୂଷଣ ଉପାଧ୍ୟାୟ ଓ କମିଟିର ସଦସ୍ୟ ଅଜୟ ସାହୁ,ସନ୍ତୋଷ ବୋଇତାଇ, ପ୍ରଦୀପ ମାଝୀ, ରାଜକିଶୋର ସାହୁ, ଅନିଲ ସାହୁ, ପ୍ରଫୁଲ୍ଲ ବେହେରା, ଶ୍ୟାମ ସୁନ୍ଦର ପରିଡ଼ା, ପ୍ରଶାନ୍ତ ସ୍ୱାଇଁ, ରାଜ ସାହୁ, ଚିତରଞ୍ଜନ ପାଢ଼ୀ ଓ ଗ୍ରାମବାସୀଙ୍କ ସହଯୋଗରେ ପଂଚୁକରେ ମନ୍ଦିରର କାର୍ଯ୍ୟ ସମାପନ ହୋଇଥାଏ ।