ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

କଟକ: ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ୩୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ନୋଡ଼ାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ତିନିଘରିଆ ସିଆରସିସି ପ୍ରଶାନ୍ତ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହିତ ସୁସ୍ଥ ରହିବା ପାଇଁ ନିୟମିତ ଖେଳକୁଦ କରିବାର ଆବଶ୍ୟକତା ରହିଛି । ଖେଳକୁଦ କରିଲେ ମନ ଓ ଶରୀର ସୁସ୍ଥ ରହିବ ଏବଂ ପାଠ ପଢ଼ାରେ ମନ ଲାଗିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଲେ । ଖେଳ ଶିକ୍ଷୟତ୍ରୀ ବାସନ୍ତି ବେହେରା, ଭାଗ୍ୟଶ୍ରୀ ରାୟ ଓ ହୃଷିକେଶ ମହାନ୍ତି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶୁଭଶ୍ରୀ ପଣ୍ଡା, କଳ୍ପନା ରାଉତ, କବିତା ଆଚାର୍ଯ୍ୟ, ନମିତା ମହାନ୍ତି, ରିନାକ୍ଷୀ ଷଡ଼ଙ୍ଗୀ, ବିଶ୍ୱଜିତ ଜେନା, ସ୍ମିତା ସେଠୀ, ଉର୍ମିଳା ପଣ୍ଡା, ଜୟଶ୍ରୀ ସାହୁ, ଗୀତାଞ୍ଜଳୀ ସ୍ୱାଇଁ, ସୁପି୍ରୟା ସେନାପତି, ସୁଶାନ୍ତ ପରିଡ଼ା ଓ ମମତା ପଟ୍ଟନାୟକ ପ୍ରମୁଖ କ୍ରୀଡ଼ା ପରିଚାଳନାରେ ସହାୟତା କରିଥିଲେ । ଗୋକୁଳାନନ୍ଦ ପଣ୍ଡା ଓ ଦିଲୀପ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।