ବିଦ୍ୟାଳୟରୁ ଚୋରି

ବୈଶିଙ୍ଗାି : ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ସ୍ଥିତ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ   ଇନଭର୍ଟର, ବ୍ୟାଟେରୀ, ମାଇକ ବକ୍ସ ସହ ଟଙ୍କା ଚୋରି ହୋଇଯାଇଥିବା ନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ କରିଛି । ସୂଚନା ମୁତାବକ ଗ୍ରୀଷ୍ମ ଅବକାଶ ପଡିଥିବା ବେଳେ ବିଦ୍ୟାଳୟରେ କେବଳ ରୋଷ୍ଟର ଡୁ୍ୟଟି ମାଧ୍ୟମରେ ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଡୁ୍ୟଟି କରୁଛନ୍ତି । ଏହାର ସୁଯୋଗ ନେଇ ଚୋରି କରି ନେଉଥିବାର ଅନେକ ନଜିର ରହିଛି  ।   ବିଦ୍ୟାଳୟର ସହକାରୀ ଶିକ୍ଷକ    ମମତା ଦାସ ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲିବା ବେଳକୁ ଆଲମିରା ଭଙ୍ଗା ଯିବା ସହ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ  । ଏହାକୁ ଆଧାର କରି ୨୩୮/୨୫ ର ଏକ ମାମଲା ରୁଜ୍ଜୁ କରାଯାଇ ବୈଶିଙ୍ଗା ପୁଲିସ ତଦନ୍ତ ଚଳାଇଥିବା ଜଣାଯାଇଛି ।