ମଣ୍ଡଳସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

 ତେନ୍ତୁଳିଖୁଣ୍ଟି  : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ଅଞ୍ଚଳଗୁମ୍ମା ମଣ୍ଡଳ ପକ୍ଷରୁ ଆଜି ଝରିଗୁମ୍ମା  ଠାରୁ ଅଞ୍ଚଳଗୁମ୍ମା ପର୍ଯ୍ୟନ୍ତ ଏକ ବାଇକ ରାଲି ବାହାରିଥିଲା । ଏହି ରାଲିରେ ମଣ୍ଡଳ ସଭାପତି ଅଭିମନୁ୍ୟ ହରିଜନ ସୁଧୀର ବିଷୋୟୀ ଓ ମଣ୍ଡଳର ୮ଟି ପଞ୍ଚାୟତର ଜନ ସାଧାରଣ ସ୍ୱତ ପ୍ରବୃତ ଭାବରେ ସାମିଲ ହୋଇ ଭାରତୀୟ ସେନାର ସ୍ୱର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରତ୍ୟକ ଗ୍ରାମରେ ଏହି ଶୋଭାଯାତ୍ରାକୁ ଗ୍ରାମବାସୀମାନେ ଉକôଣ୍ଠାର ସହ ସ୍ୱାଗତ ଜଣାଇଥିଲେ । ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ଓ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକମାନଙ୍କୁ ଉସôାହିତ କରିବା ପାଇଁ ଏହି ଶୋଭାଯାତ୍ରାର ମୂଳ ଉଦେ୍ଦଶ୍ୟ  । ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ବିଜେପିର ଅଭିମନୁ୍ୟ ହରିଜନ,  ମଣ୍ଡଳ ସାଧାରଣ ସମ୍ପାଦକ ସୁଧୀର ବିଷୋୟୀ, ପ୍ରଫୁଲ୍ଲ ଛତ୍ରୀୟା, ହରେକୃଷ୍ଣ ଛତ୍ରୀୟା, ବିଜୁ ଛତ୍ରୀୟା, ଲିପୁନ ବିଷୋୟୀ, ଡମ୍ବରୁ ବିନ୍ଧାଣୀଙ୍କ ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ  ।