ଡକାୟତି ଘଟଣାରେ ଆଉ ୨ ଗିରଫ
ସୋର: ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ ହାତ ଗୋଡ଼ ବାନ୍ଧି ଗୁଳି ଫୁଟାଇ ହୋଇଥିବା ଲୁଟ ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଦୟାନିଧିପୁର ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକଙ୍କ ଘରେ ୭ରୁ ୮ ଜଣ ଦୁବୃର୍ତ୍ତ ଘରେ ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୧୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ସୁନା ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଉପରେ ଶୋଇଥିବା ରବୀନ୍ଦ୍ରଙ୍କ ପୁଅ ନିକଟରୁ ଖବର ପାଇ ପଡୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ସେଠାରେ ପହଞ୍ଚôଥିବା ବେଳେ ଦୁର୍ବୁର୍ତ୍ତଙ୍କ ଗୁଳି ମାଡ଼ରେ ଦୁଇ ପଡୋଶୀ ଗୁରୁତ୍ତର ଆହତ ହୋଇଥିଲେ । ଏ ବାବଦରେ ରବୀନ୍ଦ୍ରଙ୍କ ପନôୀ ମଞ୍ଜୁଲତା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଘଟଣା ପରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରେ ତାଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାସ, ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ, ଆଇଆଇସି ସୁଦୀପ୍ତ ସାହୁ ଓ ସୋର ଥାନାର କିଛି ପୁଲିସ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଥିଲେ । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଗୁଡ଼ି ଅଞ୍ଚଳରୁ ୨୪ ଘଣ୍ଟା ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଲାବାଗ ଗ୍ରାମର ମନରଞ୍ଜନ ପାଣି (୩୪)କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିଲା । ପୁଲିସ ତା ନିକଟରୁ ଦୁଇଟି ପିସ୍ତଲ, ୨୦ଟି ଅଫୁଟା ଗୁଳି, ସୁନାଗହଣା, ୨୭ ହଜାର ଟଙ୍କା, ହନୁମାନ ପଇସା, ୪ଟି ମୋବାଇଲ ଓ ଗୋଟିଏ ବୁଲେଟ୍ ଗାଡ଼ିକୁ ଜବତ କରିଥିଲା । ଅଭିଯୁକ୍ତ ନାମରେ ଖଇରା, ସୋର, ସିମୂଳିଆ, ବାସୁଦେବପୁର, ଚାନ୍ଦବାଲି, ତାଳଚେର ସଦର ସମେତ ବିଭିନ୍ନ ଥାନାରେ ୧୯ରୁ ଅଧିକ ମାମଲା ଥିବା ଜଣାପଡିଥିଲା । ତେବେ ଏହି ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ କୁରୁଡ଼ା ଗ୍ରାମର ଅଜୟ କୁମାର ମହାନ୍ତି (୩୦) ଏବଂ ଚରମ୍ପା ଅଞ୍ଚଳର ବିଶ୍ୱନାଥ ଧଡ଼ା (୩୧)କୁ ଗିରଫ କୋର୍ଟ ଚାଲାଣ କରିଛି । ପୁଲିସ ବିଶ୍ୱନାଥ ପାଖରୁ ସୁନାଗହଣା ଜବତ କରିଛି ।