ସଡ଼କ ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ
ଗଞ୍ଜାମ ପୋଲସରା ଚିରିକିପଡା ଶାସନ ଗାଁର ଜଣେ ସିଆରପିଏଫ ଯବାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତ ଯବାନ ହେଉଛନ୍ତି ବାଲୁଙ୍କେଶ୍ୱର ସାହୁ । ସେ ଭୁବନେଶ୍ଵର ଓ ଖୋର୍ଦ୍ଧା ମଧ୍ୟରେ କାର୍ୟ୍ୟରତ ଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ଏମ୍ସ ପଠାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଚିରିକିପଡା ଶାସନ ସହିତ ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲସରା ଓ ଚିରିକିପଡା ଶାସନରେ ମୃତଦେହ ଶୋଭାଯାତ୍ରାରେ ନିଆଯାଇ ସିଆରପିଏଫ ଯବାନଙ୍କ ପକ୍ଷରୁ ଗାର୍ଡ୍ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି ।