ବିଧାନସଭା ପରିସରରେ ଧରଣୀଧର ଜୟନ୍ତୀ


 ଭୁବନେଶ୍ୱର:  ଆଜି ବିଧାନସଭା ପରିସରରେ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀ ପାଳିତ ହୋଇଛି । ଏ ଅବସରରେ ବାଚସ୍ପତି ସୁରମା ପାଢ଼ୀ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ପୂର୍ବତନ ବିଧାୟକ ପି୍ରୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ବିପ୍ଳବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 
୧୮୬୪ ମଇ ୫ରେ କେନ୍ଦୁଝର ଗଡ଼ଜାତର ଅଖ୍ୟାତପଲ୍ଲୀ କୁସୁମିତାର ଏକ ଭୂୟାଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧରଣୀଧର । ବିପ୍ଳବୀ ଧରଣୀଧର ଅନ୍ୟାୟ ରାଜ ଶାସନ ଓ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲଢ଼ି ପରାଭୂତ ହୋଇଥିଲେ ସୁଦ୍ଧା ତାଙ୍କର ଦୁଃସାହସିକ ସଂଗ୍ରାମ ଅତ୍ୟାଚାରୀଙ୍କ ବିରୁଦ୍ଧରେ ଅବିରତ ଜାରି ରହିଥିଲା । ସେ ଥିଲେ ଜନମାନସର ନେତା । ବିର୍ସାମୁଣ୍ଡା, ରତନା ନାୟକ, ଚକ୍ରା ବିଶୋଇ ପ୍ରମୁଖ ଆଦିବାସୀ ମୁକ୍ତିଯୋଦ୍ଧାଙ୍କର ସେ ଥିଲେ ଜଣେ ସମକକ୍ଷ ବିପ୍ଳବୀ । ଧରଣୀଧର ଏକ ଚିର ଅମର ଯୁଗପୁରୁଷ ଭାବରେ ଆମର ନିତ୍ୟ ସ୍ମରଣୀୟ ବୋଲି ମତପ୍ରକାଶ ପାଇଥିଲା ।