ବିଧାୟକଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, : ଭଣ୍ଡାରିପୋଖରୀ ବ୍ଲକ ଠାରେ ନବ ନିର୍ବାଚିତ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଲକ୍ଷ୍ମୀଧର ସାହୁ, ଯୁବ ଲଳିତ ରାଉତ, ଉକ୍ରଳ କେଶରୀ ମହାନ୍ତି, ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପରମାନନ୍ଦ ନାୟକ, ବର୍ଷାରାଣୀ ଜେନା, ଅମୂଲ୍ୟ କୁମାର ନାୟକ, ଧନେଶ୍ୱର ଖୁଣ୍ଟିଆ, ପ୍ରମୁଖ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ଅନୁରୂପ ଭାବେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଡ଼ିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିପିଓ ମୀନକେତନ ବାରିକ, ମିଶନ ଶକ୍ତି ଅଧିକାରୀ ସୁବ୍ରତ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ହୃଦାନନ୍ଦ ଜେନା, ଶୋଭନ ପାଢୀ, ଫିରଦୋଶ ଆଲାମ, ସିଡିପିଓ ନିର୍ଝରଣୀ ରାଉତ, ଯୋଗାଣ ନୀରିକ୍ଷିକା ସନ୍ଦିପା ଦାସ, ସମାଜ ମଙ୍ଗଳ ଅଧିକାରୀଣି ସାନ୍ତ୍ନା ଦାସଙ୍କ ସମେତ ସମସ୍ତ କର୍ମ·ରୀ ବିଧାୟକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।