ଅଜଣା ଗାଡ଼ି ଧକ୍କାରେ ୩ ଗାଈ ମୃତ
ସୁକିନ୍ଦା: ବ୍ଲକ ଅନ୍ତର୍ଗତ କେନ୍ଦୁଢିପ ପାଖ ୫୩ ନଂ ଜାତୀୟ ରାଜପଥରେ ଶନିବାର ଦିନ ଅଜଣା ଗାଡ଼ି ଦୁର୍ଘଟଣାରେ ୩ ଗାଈଙ୍କ ମୃତୁ୍ୟ ଘଟିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଗୋଶାଳା କାର୍ଯ୍ୟକର୍ତ୍ତା ଶନିବାର ଦିବା ୧ ଘଟିକା ସମୟରେ ଘଟଣାସ୍ଥଳରେ ପହଁଚି ଅଜଣା ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଗୋମାତାଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇ ଶେଷ କୃତ୍ୟ କାର୍ଯ୍ୟ ସମ୍ପନ୍ନ କରିଥିଲେ ।