ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କର୍ମଶାଳା
ଛତ୍ରପୁର: ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅଧୀନରେ ବ୍ୟାଙ୍କ ଅଧିକାରୀ ଓ କୃଷି ଉଦ୍ୟୋଗୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ୟାଙ୍କ ଅଧିକାରୀ ଓ କୃଷି ଉଦ୍ୟୋଗୀମାନଙ୍କ ମଧ୍ୟରେ କୌଣସି କାରଣବଶତଃ ଅଟକି ଥିବା ନିର୍ମାଣଧୀନ କାର୍ଯ୍ୟ ଗୁଡିକ କିଭଳି ଭାବେ ସହଜ ଆଉ ଆଶୁ ସମାଧାନ କରାଯାଇପାରିବ ତା’ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ବିଭିନ୍ନ ବିଭାଗ ପକ୍ଷରୁ କୃଷି ଉଦ୍ୟୋଗୀମାନେ ବିଭିନ୍ନ ଉଦ୍ୟୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଚାଷୀମାନଙ୍କ ନିକଟରେ ଏହି ଯୋଜନାକୁ ପହଞ୍ଚାଇ ସଫଳ ଉଦ୍ୟୋଗୀ ତିଆରି କରିବା ଓଡିଶା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ପଣ୍ଡା, ଲିଡ଼ ବ୍ୟାଙ୍କ ମ୍ୟାନେଜର ହିମାଞ୍ଚଳ ସାହୁ, ଉପନିଦେ୍ର୍ଦଶକ ଉଦ୍ୟାନ ବିଭାଗ ଡ. କନ୍ଧ ଜେନା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ. ମନୋଜ କୁମାର ସାହୁ, ଡିଡିଏମ୍ ନାବାର୍ଡ ସଂଜୀବ କୁମାର ମିଶ୍ର, ପିଏଫସି ଆପିକଲ ଚିନ୍ମୟ ପୃଷ୍ଟି ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକ ଓ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରୁ ଆସିଥିବା ଅଧିକାରୀ ଓ ବିଭିନ୍ନ ବିଭାଗରୁ ଅଧିକାରୀ ଓ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଥିବା ବେଳେ ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ କୁଳମଣି ବାରିକ କର୍ମଶାଳା ପରିଚାଳନା କରିଥିଲେ ।