ବିପଦ ସଙ୍କୁଳ ଅବସ୍ଥାରେ ନାକଟିଗୁଡା ପୋଲ


ପାପଡାହାଣ୍ଡିରୁ ସୁଜିତ ନାୟକ :  ବିପଦକୁ ଡାକୁଛି ଦୀର୍ଘଦିନର ପୋଲ ।  ଜୀବନକୁ ବାଜି ଲଗାଇ ଅଞ୍ଚଳବାସୀ ଯିବାଆସିବା କରୁଛନ୍ତି ବିପଦ ସଙ୍କୁଳ ଥିବା ପୋଲ ଉପରେ । ବାଣିଜ୍ୟ ବ୍ୟବସାୟ କରିବାକୁ ହେଉ କି ମେଡିକାଲ, ସ୍କୁଲ କଲେଜ ହେଉ ଏହି ରାସ୍ତାଦେଇ ହିଁ ଯିବା ଆସିବା ଚାଲିଛି । ଦୀର୍ଘ ୮ ମାସ ହେବ ଅଧା ଭାଙ୍ଗି ରହିଯାଇଛି । କେତେବେଳେ ସମ୍ପୂର୍ଣ୍ଣ ଭାଙ୍ଗି କୌଣସି ପ୍ରକାର ଅଘଟଣ ଘଟି ଯିବାର ସମ୍ଭାବନା ରହିଛି । 
ଗ୍ରାମବାସୀ ପ୍ରଶାସନ ନିକଟରେ ଅବଗତ କରାଇଛନ୍ତି ହେଲେ ପ୍ରଶାସନ ଏହି ପୋଲ ବିପଦ ଥିବା ଅବଗତ ଥାଇ ମଧ୍ୟ କୌଣସି ପ୍ରକାର ନିର୍ମାଣ ପାଇଁ ଆଗେଇ ଆସୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଓ ନାକଟିଗୁଡା ଯିବା ମୁଖ୍ୟ ରାସ୍ତାରେ ରହିଛି ବିପଦ ପୂର୍ଣ ଭଙ୍ଗା ପୋଲ, ତାହା ବି ବିପଦ ଅବସ୍ଥାରେ  । ଦୀର୍ଘଦିନର ଏହି ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଭାଙ୍ଗି ଲୋକଙ୍କ ଜୀବନ ଚାଲିଯିବ । ଏହି ରାସ୍ତା ଦେଇ ନାକଟିଗୁଡା ତଥା ଆଖପାଖ ଅଞ୍ଚଳର ଲୋକେ ମେଡିକାଲ, ସ୍କୁଲ କଲେଜ ହେଉକି ନିଜର ଆବଶ୍ୟକତା ଜିନିଷ କିଣିବାକୁ ହେଲେ ତୁମ୍ବର୍ଲା ଯିବାକୁ ପଡୁଛି । ତୁମ୍ବର୍ଲା ଛକ ଆସିଲେ ହିଁ ମୈଦଲପୁର କିମ୍ବା ପାପଡାହାଣ୍ଡି, ନବରଙ୍ଗପୁର ଯିବାକୁ ହୋଉଛି । ଅନ୍ୟପଟେ ଜୀବନକୁ ବାଜି ଲଗାଇ ଲୋକେ ଯିବାଆସିବା କରୁଛନ୍ତି । ଯଦି ଏହି ରାସ୍ତା ଦେଇ ବିଭିନ୍ନ କାର୍ଯ୍ୟ ପାଇଁ ଆସିବାକୁ ହେଲେ ଏକ କିଲୋମିଟର ପଡିବ । କିନ୍ତୁ ବୁଲିକି ଗଲେ ଦୀର୍ଘ ୫ କିମି ରାସ୍ତା ଯିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ । 
ଏହି ପୋଲ ଦୀର୍ଘ  ୨୩ ବର୍ଷ ତଳେ  ନର୍ମାଣ ହୋଇଥିଲା  । ଲୋକେ ବହୁତ ସୁବିଧାରେ ଯାତାୟାତ କରୁଥିଲେ । କିନ୍ତୁ ପୁରୁଣା ହୋଇଥିବାରୁ ଗତ ବର୍ଷ ଭାଙ୍ଗି ବିପଦ ଭାବେ ପଡିରହିଛି । ହାଇସ୍କୁଲ ଓ କଲେଜ ପଢିବାକୁ  ଛାତ୍ରଛାତ୍ରୀ ଏହି ପୋଲ ଉପରେ ହିଁ ଭରସା କରିଆସୁଛନ୍ତି । ଯାଉଥିବା ସମୟରେ କେତେବେଳେ ଭାଙ୍ଗିଯିବ ଓ ଜନଜୀବନ ନଷ୍ଟ ହେବ ତେଣୁ ନୂତନ ପୋଲ ଶୀଘ୍ର ନିର୍ମାଣ କରିବାକୁ ଗ୍ରାମବାସୀ ସମସ୍ତେ ଦାବି କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଦେବଶ୍ରୀ ନାୟକ କହିଛନ୍ତି ଏହି ପୋଲ ନିର୍ମାଣ ପାଇଁ କାଗଜପତ୍ର କାମ ଶେଷ ହୋଇଛି ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।