ଛାତ୍ର ଦକ୍ଷତା ବିକାଶ କର୍ମଶାଳା
ଧାମନଗର : ଧାମନଗର ଡିଗ୍ରୀ କଲେଜରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷର ସ୍ନାତକ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଛାତ୍ର ଦକ୍ଷତା ବିକାଶ ସମ୍ପର୍କିତ କର୍ମଶାଳା' ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଅଜୟ ବେଜଙ୍କ ସଭାପତିତ୍ୱରେ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ସତ୍ୟ ନାଥ ମହାପାତ୍ର ଓ ଅଧ୍ୟାପକ ସଞ୍ଜୟ ରାଉତ ଯୋଗଦେଇ ଶିକ୍ଷା ଓ ଅଭିଜ୍ଞତାକୁ ଭିତ୍ତି କରି ବ୍ୟକ୍ତିର ଦକ୍ଷତା କିଭଳି ବୃଦ୍ଧି କରାଯିବ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଅଧ୍ୟାପକ ସଞ୍ଜୟପଣ୍ଡା ଅତିଥି ପରିଚୟ ଓ ଅଧ୍ୟାପକ ସନ୍ଦୀପ ଘୋଷ ଏହି ଅନୁଷ୍ଠିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ବାସ୍ତବିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।