୧୨ ହଜାର ସଦସ୍ୟତା ପାଇଁ ଏବିଭିପିର ଲକ୍ଷ୍ୟ

 ନବରଙ୍ଗପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି ନାରାରେ ବିଶ୍ୱାସ କରି କାମ କରୁଥିବା ବିଶ୍ୱର ସବୁଠାରୁ ବଡ଼ ଛାତ୍ର ସଙ୍ଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଆଜି ଯାଏ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଅଛି । ଏବିଭିପି ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ହିଁ କହୁଥାଏ ବିଶ୍ୱର ସବୁଠୁ ବଡ଼ ଛାତ୍ର ସଙ୍ଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ ମାସରେ ୨୦-୨୨ ତାରିଖରେ ଝାରସୁଗୁଡ଼ା ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକ ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠାନିକ ଜିଲ୍ଲାରେ ୧ ଲକ୍ଷ୍ୟ ୪ ହଜାର ସଦସ୍ୟତା ଏବଂ ନବରଙ୍ଗପୁର ଜିଲ୍ଲାରେ ୧୨ ହଜାର ସଦସ୍ୟତା କରିବାର ଲକ୍ଷ୍ୟ ରଖିଥିବା ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସହସମ୍ପାଦକ ମୋହନ ହରିଜନ ସୂଚନା ଦେଇଛନ୍ତି  । ଏହି ଶିକ୍ଷା ବର୍ଷରେ ଏବିଭିପି ସମ୍ପୂର୍ଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି, ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ ଟି ମହାବିଦ୍ୟାଳୟ ଓ ୮ ଟି ବିଶ୍ୱବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ୍ ମୁଖ୍ୟାଳୟରେ ତଥା ୧୧୮ ଟି ସ୍ଥାନରେ ନଗର ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି । ଏହି ପ୍ରେସ ବାର୍ତ୍ତାରେ ରାଜ୍ୟ ସହସମ୍ପାଦକ ମୋହନ ହରିଜନ, କୋରାପୁଟ ମାଲକାନଗିରି ଜିଲ୍ଲା ସଙ୍ଗଠନ ସମ୍ପାଦକ ଦିବ୍ୟ ଜ୍ୟୋତି ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାଗରିକା ଦାସ  ଜିଲ୍ଲା ସହ ସଂଯୋଜକ ବିଭୁ ସୁନ୍ଦର ଜେନା, ନବରଙ୍ଗପୁର କଲେଜ ପ୍ରେସିଡେଣ୍ଟ ହରିଶଙ୍କର ମାଝୀ ଉପସ୍ଥିତ ଥିଲେ ।