ଓଏଭିର ନିଜସ୍ୱ ଗୃହନଥିବା ଘଟଣା : ଜନଶୁଣାଣି ଶିବିର ସମ୍ମୁଖରେ ଖରାରେ ବସିଲେ ଛାତ୍ରଛାତ୍ରୀ
ରାଜନଗର : ରାଜନଗର ବ୍ଲକର ଆଦର୍ଶ ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରକୁ ଅଭିଯୋଗ କରିବା ପାଇଁ ଏକ ଶୋଭାଯାତ୍ରାରେ ରାଜନଗର ହାଇସ୍କୁଲ ପରିସରରୁ ବ୍ଲକ ପରିସରକୁ ଆସିଥିଲେ । ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଜନଶୁଣାଣି ଶିବିର ଘର ଭିତରେ ଚାଲିଥିବା ବେଳେ କୋମଳମତୀ ଛାତ୍ରଛାତ୍ରୀମାନେ ଗୁଳୁଗୁଳି ଗରମରେ ଟାଣଖରା ହେଉଥିବା ସମୟରେ ଢଳେଇରେ ବସି ପ୍ରତିବାଦ କରିଥିଲେ । ତେବେ ଖରା ଗରମରେ ଛାତ୍ରଛାତ୍ରୀମାନେ ତଳେ ବସି ହିନସ୍ତା ହେଉଥିବା ବେଳେ ଯଦି କିଛି ଅଘଟଣ ଘଟିଥାନ୍ତା, ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଥିଲା । ଜିଲ୍ଲାପାଳ ଶ୍ରୀ ଆୟାର ଅଭିଭାବକ ସଂଘର କିଛି କର୍ମକର୍ତ୍ତା ଓ କିଛି ଛାତ୍ରଛାତ୍ରୀଙ୍କୁ ଡାକି ଆଲୋଚନା କରିଥିଲେ । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟର ସମୀକ୍ଷା କରିବା ସହ ସେଠାରେ ଆଦର୍ଶ ବିଦ୍ୟାଳୟ କିପରି ପାଠ ପଢିବେ ଖୁବଶିଘ୍ର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀମାନେ ଉଠି ଯାଇଥିଲେ । ସୂଚନା ଥାଉକି, ରାଜନଗର ବ୍ଲକ ମହୁଲିଆ ପଚାଂୟତ ବାଘତୈ÷ଳାଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ୨୦୨୧ ମସିହାରୁ ଗୃହ ନିର୍ମାଣ ସରୁନାହିଁ । ଏହାମଧ୍ୟରେ ଚାରିବର୍ଷ ପୂରି ପାଞ୍ଚବର୍ଷ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ୨୦୨୨ ମସିହା ଅପ୍ରେଲ ମାସରୁ ସରକାରୀ ରାଜନଗର ଉଚ୍ଚ ବିଦ୍ୟାଳୟ ପରିସରରେ ପାଠପଢା ଚାଲିଛି । ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କୈ÷ାଣସି ସୁବିଧା ସୁଯୋଗ ପାଉନାହାନ୍ତି । ଦୂରଦୂରାନ୍ତରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନେ ଖର୍ଚ୍ଚାନ୍ତ ହୋଇ ରାଜନଗର ଉଚ୍ଚ ବିଦ୍ୟାଳୟକୁ ନେବା ଆଣିବା କରୁଛନ୍ତି ।