ବଡ଼ଚଣା ନିର୍ବାଚନ ମଣ୍ଡଳୀ ଉନ୍ନୟନ ବୈଠକ

 ଯାଜପୁର : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଅଧ୍ୟକ୍ଷତା କରି ବିଧାୟକ ଅମର କୁମାର ନାୟକ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସମସ୍ୟା ରହୁଛି ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅବଗତ କରାଇ ସମାଧାନ ପରାମର୍ଶ ଦେଇଥିଲେ । କୃଷ୍ଣଦାସପୁର ରନôଗିରି ରୋଡ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପୂର୍ତ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ଏହାର ମରାମତି ଦରକାର । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ମେଗା ପାନୀୟ ଜଳ ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସାଧାରଣ ଦଳିତ ଆଦିବାସୀ ଲୋକଙ୍କ ଉପରେ ଜୁଲମ ନକରିବାକୁ ଟିପିଏନ୍ଓଡିଏଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏନଏଚକଡ଼ରେ ପ୍ରାକୃତିକ ଡ୍ରେନ ଗୁଡିକ ଓ କାଡା କେନାଲ ପୋତି ହୋଇଯାଇଥିବାରୁ ତୁରନ୍ତ ଡ୍ରେନ ଗୁଡ଼ିକୁ ଖୋଳି ସଫା କରିବାକୁ ଡ୍ରେନେଜ ଓ କାଡା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଡୁବୁରୀ-ଚଣ୍ଡିଖୋଲ ଓ ଚଣ୍ଡିଖୋଲ-ପାରାଦୀପ ରାସ୍ତାକାମ ଶୀଘ୍ର ଶେଷ କରିବାକୁ ଏନ୍ଏଚଏଆଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟର୍ ଭିତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ।
୨୨ଟି ସବ୍ ସେଣ୍ଟର ଭଡାଘରେ ଚାଲୁ ଥିବାରୁ ଓ ମେଡିକାଲ ଷ୍ଟାଫ କ୍ୱାଟର ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଓ ଜନ କଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ, କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ମାଇନର ଜଳସେଚନ, ଉଠା ଜଳସେଚନ, ମିଶନଶକ୍ତି, ପ୍ରାଣୀ ଚିକିତ୍ସା, ଦକ୍ଷତା ବିକାଶ, ବିଦୁ୍ୟତ, ମତ୍ସ୍ୟ, ବୟନଶିଳ୍ପ, ହସ୍ତଶିଳ୍ପ, କ୍ରୀଡା, ଯୋଗାଣ, ପର୍ଯ୍ୟଟନ, ସଂସ୍କୃତି, ଜଙ୍ଗଲ, ଖଣି, ମାଇନର ମିନେରାଲ, ପରିବହନ, ନିର୍ମାଣ ଶ୍ରମିକ, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ, ଉପ ନିଦେ୍ର୍ଦଶକ, ଯୋଜନା ଓ ପରିସଂଖ୍ୟାନ ସୁଶ୍ରୀ ଅର୍ଚ୍ଚିତା ଦାସ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।