ମାଞ୍ଜା ସୂତା ଲାଗି ଦୁଇ ଗୁରୁତର
କଟକ : ଆଜି କଟକରେ ମାଞ୍ଜା ସୂତା ଲାଗି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ଦେବୀ କଲ୍ୟାଣ ଆଚାର୍ଯ୍ୟ ଓ ଆଶାଲତା ଆଚାର୍ଯ୍ୟ । କଟକ ବୟାଳିଶ ମୌଜା ବ୍ରହ୍ମପୁର ଶ୍ରୀରାମ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଉଭୟ ଏକ ବାଇକ୍ ଯୋଗେ ଆଜି ସକାଳ ୧୦ଟା ସମୟରେ ରାସ୍ତାରେ ଯାଉଥିବା ବେଳେ ଗୁଡ଼ି ସୂତା ହଠାତ୍ ତାଙ୍କ ବେକରେ ଲାଗିଯାଇଥିଲା । ଏଥିରେ ଦୁହିଁଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମିଡ଼ିକାଲରେ ଭର୍ତ୍ତି କରାଯାଇଛି ।
Samir Kumar Rout