ନିପୁଣ ଓଡିଶା ମେଳା
ବଡମ୍ବା : ବଡମ୍ବା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ରଗଡିପଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ରଗଡିପଡା କ୍ଲଷ୍ଟରର ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସାଧନ ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ସଂଯୋଜନାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ମଞ୍ଜରୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନରସିଂହପୁର ମଣ୍ଡଳର ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀନିବାସ ପ୍ରଧାନ, ମୁଖ୍ୟବକ୍ତା ଭାବେ ଦିନିଆରି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ବେହେରା, ସମ୍ମାନିତ ଅତିଥିଭାବେ ରଗଡ଼ିପଡ଼ା ଗ୍ରାମ ପଂଚାୟତର ସମିତିସଭ୍ୟ ଭଗବାନ ବେହେରା ଓ ଶିକ୍ଷାବିତ୍ ଆଲ୍ହାଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚମ୍ପେଇଦ୍ୱାର ଗଡାÿପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ପରିଡା, ରଗଡିପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଲୋଚନା ସାହୁ, ଅମିତାରାଣୀ ବେହେରା, ସୁବାଷ ଚନ୍ଦ୍ର ସାହୁ, ଲଷ୍ମୀକାନ୍ତ ସାହୁ, ରାଜା ବେହେରା, ଚମ୍ପେଇଦ୍ୱାର ଗଦାପୋଖରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର ଅନିତା ନାଏକ, ହରପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବେହେରା, ବେଲପଡା ସେବାଶ୍ରମ ପ୍ରଧାନଶିକ୍ଷକ ସନାତନ ବେହେରା, ମହେନ୍ଦ୍ର ସାମନ୍ତରାୟ, ଦିନିଆରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୁନୀତି ପାତ୍ର, ସସ୍ମିତା ବେହେରା, ଗୌତମ ସ୍ୱାଇଁ, ନୂଆପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସେଠୀ, ସୁଧାଂଶୁ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସତୀଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।