ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
ଝାଡ଼ାବାନ୍ତିରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ୧୫୧ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଡାକ୍ତରଖାନାକୁ ୫୮ଜଣ ଆକ୍ରାନ୍ତ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଧର୍ମଶାଳା ବ୍ଲକ ମହିଶରା ଓ ପାଖର ପଂଚାୟତର ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ଏବେ ଡାକ୍ତରଖାନାରେ ୩୪ ଜଣ ଚିକିତ୍ସାଧିନ ରହିଛନ୍ତି । ଭୁବନେଶ୍ୱରରୁ ଆସିଥିବା ମେଡ଼ିକାଲ ଟିମରେ ଡା. ସୁନିତା ଜେନା ଓ ଡା. ସୁରଜିତ ଗଡଗରୁ ଆକ୍ରାନ୍ତ ପାଖର ଓ ଅଞ୍ଜିରା ପଞ୍ଚାୟତ ବୁଲି ଲୋକମାନଙ୍କୁ ପଚାରିବା ଅବଗତ ହେବା ସହ ଏହି ସମୟରେ ସୁସ୍ଥ ଖାଦ୍ୟ ଓ ଫୁଟପାଣି ପିଇବାକୁ ପରାମର୍ଶ ଦେଇଥିଲେ ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିଦେ୍ର୍ଦଶକ ନିଳକଣ୍ଠ ମିଶ୍ର ଓ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଧର୍ମଶାଳା ମେଡିକାଲରେ ପହଁଚି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରୀ ଅବଗତ ହୋଇଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମେଡିକାଲରେ ପହଁଞ୍ଚି ରୋଗୀମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ଯାଜପୁର ଜିଲ୍ଲାରେ ୨ଦିନ ହେଲା ଲାଗିରହିଥିବା ଝଡାବାନ୍ତି ରୋଗ ସମ୍ପର୍କରେ ବିଧାୟକ ଶ୍ରୀ ସାହୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।