ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ଦିବସ ପାଳିତ

 ଧର୍ମଶାଳା : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉକôଳ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଧର୍ମଶାଳା ବ୍ଲକ ତରାପୁରସ୍ଥିତ କେଶସ୍ତୁପ ପରିସରରେ ଛୋଟ ମୋର ଗାଁଟି ପକ୍ଷରୁ ଉକôଳ ଦିବସ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ଦେବବ୍ରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ କାହ୍ନୁଚରଣ ଦାଶ, ସର୍ବୋଦୟ ମଣ୍ଡଳ ଯାଜପୁର ଜିଲା ସଭାପତି ରାମଚନ୍ଦ୍ର ଶୁଳ୍କ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧାଶ୍ୟାମ ସାହୁ ଓ ଦୁର୍ଗାପ୍ରସନ୍ନ ଦାଶ ପ୍ରମୁଖ  ଅତିଥି ଭାବେ ଯୋଗଦେଇ ଉକôଳ ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ସୌଭାଗ୍ୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଗଠକ ରାଜେନ୍ଦ୍ର ବରାଳ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କବି ଜୟନ୍ତୀ ଓଝା ଓ ଦେବେନ୍ଦ୍ର ପଟ୍ଟନାୟକ ଉକôଳ ଦିବସ ଉପରେ କବିତା ପାଠ କରିଥିଲେ । ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ମାନସ ରାଉତ,ଶୁଭକାନ୍ତ ନାୟକ ଓ ଅଖିଳ କୁମାର ସ୍ୱାଇଁ, ବିନୋଦ ବିହାରୀ ସାହୁ, ଯୁବ ସଂଗଠକ ଦିବ୍ୟଜ୍ୟୋତି ସାମଲ,ଶ୍ରୀମନ୍ତ ପାତ୍ର, ବଦ୍ରିନାରାୟଣ ଜେନା, ଅମୂଲ୍ୟ ଭୁଆଁ, ଧର୍ମେନ୍ଦ୍ର ମଲ୍ଲ, ରବି ନାରାୟଣ ମହାପାତ୍ର, ଧିରେନ ନାୟକ, ମିହିର କର ପ୍ରମୁଖ ଯୋଗଦେଇ ଉକôଳ ଦିବସ ଇତିହାସ ଉପରେ ଆଲୋଚନା କରିଥିଲେ । ସେହିପରି ଧର୍ମଶାଳା ବିଜେପି ତରଫରୁ ଜାରକା ଷ୍ଟାଡିୟମ ପରିସରରେ ଉକ୍ରଳ ଦିବସ ପାଳିତ ହୋଇଯାଇଛି । ବିଜେପି ନେତା ଚନ୍ଦ୍ରମଣି ପଣ୍ଡିତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ମିନତୀ ସାହୁ, ବିଜେପି ନେତା କାହ୍ନୁଚରଣ ଦାଶ, ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର, କବାଟବନ୍ଧ ମଣ୍ଡଳ ସଭାପତି ନେତ୍ରାନନ୍ଦ ପାତ୍ର, ବାରବାଟି ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା ଓ କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ରଳ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠନେତା ଉପେନ୍ଦ୍ର କୁମାର କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଂଶୁମାନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ଟାଉନ: ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଉକôଳ ଦିବସ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ  ପାଳିତ ହୋଇଯାଇଛି । ଅତିଥି ଭାବେ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ଏଆଇସିସି ସଭ୍ୟ ପଦ୍ମାକର ଗୁୁରୁ, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଓଡିଶାକୁ ବିକାଶ ଓ ସମୃଦ୍ଧି ଧାରାରେ ଆଗେଇନେବାକୁ ଆହ୍ୱାନ ଦେବା ସହ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଦିବସରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ଦୁର୍ଯ୍ୟାଧନ ବେହେରା,ଦିଲିପ ଦାଶ, ଗଦାଧର ଦାସ, ପ୍ରତିମା କର, ଅକ୍ଷୟ ଶତପଥୀ, ଅବଦୁଲ ସଲିମ ଖାଁ, ଗୋବିନ୍ଦ ସାହୁ, ବିଜୟ ମହାପାତ୍ର,ଅବଦୁଲ ରୌଫ, ବିଦ୍ୟାଧର ବାରିକ ପ୍ରମୁଖ ଉପସ୍ଥିତ ହୋଇଥିଲେ । ଶେଷରେ କପିଳେଶ୍ୱର ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ । 
ବାଲିଚନ୍ଦ୍ରପୁର: ବରିଷ୍ଠ ନାଗରିକ ମଂଚ ବାଲିଚନ୍ଦ୍ରପୁର ଆନୁକୁଲ୍ୟରେ ଉକôଳ ଦିବସ ପାଳିତ ହୋଇଯାଇଛି । ମଂଚର ସଭାପତି ଅବସର ପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀ ମଣ୍ଡପ ପରିସରରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ, ପଣ୍ଡିତ ଜ୍ଞାନେନ୍ଦ୍ର ତ୍ରୀପାଠୀ, ଅବସରପ୍ରାପ୍ତ ପ୍ରଧାନ ରନôାକର ପଣ୍ଡା, ଗାୟକ ଉପେନ୍ଦ୍ର ସାମନ୍ତ ରାୟ, ପ୍ରଶନ୍ନ କୁମାର ପରିଡା, ଗଦାଧର ଦାସ, ଶିକ୍ଷାବିତ ଇନ୍ଦ୍ରମଣି ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ଶାନ୍ତି, ଉପେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଯେଉଁ ମହାପୁରୁଷ ମାନଙ୍କ ତ୍ୟାଗ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭିକ ସୂଚନା ସାମ୍ବାଦିକ ପ୍ରଦୀପ୍ତ କୁମାର ପୃଷ୍ଟି ପ୍ରଦାନ କରିଥିଲା ବେଳେ, କୋଷାଧ୍ୟକ୍ଷ ଶରତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ଜେନା, ରାମଚନ୍ଦ୍ର କର, ନଟବର ଦାସ, ନଟବର ସାମଲ, ନାରାୟଣ ଚନ୍ଦ୍ର ପରିଡା, ବିଳାସ ଚନ୍ଦ୍ର ବାରିକ, ଦୁଃଶାସନ ସାହୁ, ନେତ୍ରାନନ୍ଦ ସିଂହ, ଉମେଶ ଚନ୍ଦ୍ର ରାଉତ କାର୍ତିକ ଚନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ଦାସ, ଚିତରଞ୍ଜନ ରାଉତ, କୁଳମଣୀ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମୁଦୁଲି ଧନ୍ୟବାଦ ପ୍ରଦାନ କରିଥିଲେ ।
ବ୍ରହ୍ମବରଦା:ସରସ୍ୱତୀ ଶିଶୁବିଦ୍ୟାମନ୍ଦୀରରେ ପବିତ୍ର ଉକôଳ ଦୀବସ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଂଚାନନ ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଅତିଥି ଭାବେ ଶିଶୁ କବି ନିମାଇଁ ଚରଣ ଦାସ, ଶିଶୁ ମନ୍ଦିର ପରିଚାଳନା କମିଟି ଉପ-ସଭାପତି ମାଧବୀ ଲତା ରାଉତ, ସମ୍ପାଦକ ହେମନ୍ତ କୁମାର ସାହୁ, ଯୁଗ୍ମ-ସମ୍ପାଦକ ବିରେଶ ମହାନ୍ତି, ପୂର୍ବତନ ସମ୍ପାଦକ ସଂଜୟ କୁମାର ବେହେରା ଓ କୋଷାଧ୍ୟକ୍ଷ ସନାତନ ମଣ୍ଡଳ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥô ମାନଙ୍କୁ ଉକôଳ ଗୌରବ ଗାଥା ସହ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ସର୍ମ୍ପକରେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ପଂଚମ ଶ୍ରେଣୀର ଛାତ୍ରୀ ଅନୁଷ୍କା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
ଆନନ୍ଦପୁର: ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ୯୦ତମ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ ଦରବାର ହଲରେ ଘସିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଉପଜିଲାପାଳ ନୀଳମାଧବ ସୁନା, କୁଶଳେଶ୍ୱର ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ସାହୁ, ଆନନ୍ଦପୁର ତହସିଲଦାର ଡ଼ଃ ପଲ୍ଲବୀ ପ୍ରିୟଦର୍ଶିନୀ, ବିଡ଼ିଓ ମନୋଜ କୁମାର ମହାନ୍ତ, ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ମେଡିକାଲ ସୁପରିଟେଣ୍ଡେନ ଡ଼ଃ ଧନେଶ୍ୱର ସେଠୀ, ଆନନ୍ଦପୁର ବ୍ଳକ ଏବିଇଓ ଅହଲ୍ୟା ନାୟକ, ଅହଲ୍ୟା ଜେନାପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥୀ ମାନେ ମହାପୁରୁଷ ମାନଙ୍କ ତୈଳ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏବିଓ ଅହଲ୍ୟା ନାୟକ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଏବଂ ଚନ୍ଦ୍ରକାନ୍ତ ଦଳେଇ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ବଳଭଦ୍ର ନାରାୟଣ ଉଚ୍ଚବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଆଇନଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ ।