ଅଧ୍ୟକ୍ଷଙ୍କୁ ଡ଼କ୍ଟରେଟ ସମ୍ମାନ
ବରୀ: ବରୀ ନିର୍ବାଚନମଣ୍ଡଳୀର ସାହସପୁର ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଅଶୋକ କୁମାର ରାଉତଙ୍କୁ ଆମେରିକା ମେରିଟ କାଉନସିଲ ଫାଉଣ୍ଡେସନ ତଥା ୱାଲଡ ଚାଲିଟି ୱେଲ ଫେୟାର ପକ୍ଷରୁ ଭୁବନେଶ୍ୱରର ଜୟଦେବ ଭବନ ଠାରେ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଡ଼କ୍ଟର ରାଉତ ପୂର୍ବରୁ ଶିକ୍ଷାରେ ମଧ୍ୟ ଡ଼କ୍ଟରେଟ ଉପାଧି ପାଇଥିବା ବେଳେ ୨୬ ବର୍ଷ ର ଅଧ୍ୟାପନରେ ଶିକ୍ଷା, ସଂସ୍କୃତି, ତଥା ନିଷ୍ଠା ପର ଭାବେ ଓଡିଶା ସାହିତ୍ୟକୁ ନୂତନ ଦିଗଦର୍ଶନ ଦେବାକୁ ସେ ପ୍ରକାଶ କରିଛନ୍ତି । ଏହି ସଫଳତା ଲାଗି ଗୁରୁ, ଗରୁଜନ, ପରିବାର ଓ ସହଯୋଗୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।