ବୃତ୍ତିରେ ତୁଳସୀ ବିଦ୍ୟା ମନ୍ଦିରର ସଫଳତା
କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଇଛାପୁରରେ ଥିବା ତୁଳସୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଚଳିତ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡିଛି । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଜ୍ୟୋତିପ୍ରିୟା ସାମଲ ଓ ପ୍ରସନ୍ନଜିତ୍ ବାରିକ କୃତୀତ୍ୱ ଅର୍ଜନ କରିଥିବା ବେଳେ, ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସାଇ ରିତେଶ ସାହୁ ଓ ରାଜେଶ୍ୱରୀ ସାହୁ ସଫଳତା ହାସଲ କରି ସମ୍ପାଦକ ରବିନ୍ଦ୍ର ଦାସ ଜଣାଇବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।