ବିଭିନ୍ନ କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ଖଡିସିଙ୍ଗା କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ସାଧାନକେନ୍ଦ୍ର ସଂଯୋଜନ ଜଗନ୍ନାଥ ପଣ୍ଡାଙ୍କ ସଂଯୋଜନାରେ ଓ ଶିକ୍ଷକ ଉଦୟନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏବିଇଓ ଅକ୍ଷୟ କୁମାର ଜେନା ମେଳାକୁ ଉଦଘାଟନ କରିଥିଲେ । ଭାଷାଜ୍ଞାନ, ହସ୍ତକଳା ଓ ମୌଳିକ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ । ବିପିନ ଜେନା ଓ ପ୍ରକାଶ ଦାସ ବିଚାରକ ଭାବେ ଶିକ୍ଷଣ ସାମଗ୍ରୀଗୁଡିକର ମୂଲ୍ୟାୟନ କରିଥିଲେ । 
ସେହିପରି ଯଶୋଟିକିରି କ୍ଲଷ୍ଟରରେ ନିପୁଣ ଓଡିଶା ମେଳା ସୁବର୍ଣ୍ଣର୍ମୁଖି ଉଚ୍ଚ ବିଦ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଂଯୋଜକ ଦୁର୍ଗାପ୍ରସାଦ ମାର୍ଥାଙ୍କ ସଂଯୋଜନାରେ ଓ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ଏବିଇଓ ଶ୍ରୀ ଜେନା ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ସମିତି ସଭ୍ୟ ରାଜେଶ କୁମାର ଜେନା, ଏସ.ଏମ.ସି. ସଭାପତି କୃପାସିନ୍ଧୁ ପୃଷ୍ଟି, ୱାର୍ଡ ସଭ୍ୟା ସୁମିତ୍ରା ପଣ୍ଡା ଓ ଆଶାକର୍ମୀ ଜ୍ୟୋସ୍ନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କ୍ଲଷ୍ଟର ଅନ୍ତର୍ଗତ ୬ଟି ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀର ଶହେ ପ୍ରତିଯୋଗୀ ମୌଳିକ ସଂଖ୍ୟାଜ୍ଞାନ, ଭାଷା ଦକ୍ଷତା ଓ ହସ୍ତକଳା ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶିକ୍ଷକ ଶିଶିର କୁମାର ମହାଳିକ ଅତିଥି ପରିଚୟ ଓ ଶିକ୍ଷକ ଅଶ୍ୱନୀ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।