ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି : ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୧୬ ମାଓବାଦୀଙ୍କ ଜୀବନ ଯାଇଥିବା ବେଳେ ୨ ଯବାନ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ଏବେ ବି ଗୁଳି ବିନିମୟ ଜାରି ରହିଥିବା ପ୍ରକାଶ।