ବିମାନ ବନ୍ଦରରେ ମନ୍ତ୍ରୀଙ୍କୁ ସ୍ୱାଗତ

 ଝାରସୁଗୁଡା : ଆଜି ଝାରସୁଗୁଡ଼ା ବିମାନବନ୍ଦର ରେ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦର ରେ ଯୋରଦାର ସ୍ୱାଗତ କରାଯାଇଛି ।ଆଜି ଭୁବନେଶ୍ୱର ରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଇନ ମନ୍ତ୍ରୀ ଝାରସୁଗୁଡ଼ା ରେ ପହଞ୍ଚିଥିଲେ ।ଝାରସୁଗୁଡ଼ା ରେ ପହଞ୍ଚିବା ପରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କୁ ସ୍ୱାଗତ କରିଥିଲେ  ।ଏହି ଅବସରରେ  କୁଚିଣ୍ଡା ମହୋସôବ ଥିବା ହେତୁ ଝାରସୁଗୁଡ଼ା ଆସିଥିବା କହିବା ସହ କୁଚିଣ୍ଡାର କିଛି ନୂତନ ରାସ୍ତା ଉପରେ ଘୋଷଣା କରାଯିବ ବୋଲି କହିଛନ୍ତି  । ତାହା ସହ ବିଗତ ଦିନ ରେ ସମ୍ବଲପୁର ଗସ୍ତ ରେ ଆସିଥିବା ବେଳେ ସମ୍ବଲପୁର ର ରିଙ୍ଗ ରୋଡ ବିଷୟରେ ଆଲୋଚନା ହୋଇଥିଲା ।ଯାହା ସମ୍ବଲପୁର କୁ ବିକାଶ ଦିଗରେ ଆଗକୁ ନେବ ବୋଲି କହିବା ସହ ଆଜି କୁଚିଣ୍ଡା ମଧ୍ୟ କିଛି ପୂର୍ତ୍ତ ବିଭାଗ ର କାମ  ସମୀକ୍ଷା କରାଯିବ ।ତାହା ସହିତ ସରକାର ଙ୍କ ତରଫ ରୁ ନିଆଯାଇଥିବା ବିକାଶ ମୂଳକ କାର୍ଯ୍ୟ କୁ ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ତଥା ପୂର୍ତ୍ତ ବିଭାଗ ର ମନ୍ତ୍ରୀ ପୃତିବୀରାଜ୍ ହରିଚନ୍ଦନ କହିଛନ୍ତି ।ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଅନ୍ୟ ମାନଙ୍କ ମଧ୍ୟରେ  ଜିଲ୍ଲା ବିଜେପି ର ବରିଷ୍ଠ ନେତା ପ୍ରେମସେନ ରାୟ, ପ୍ରମୋଦ ତ୍ରିପାଠୀ, ବଲବିନ୍ଦର ସିଂ, ରାଧେଶ୍ୟାମ ପ୍ରଧାନ,ବିବେକ ଶ୍ରୀବାସ,ହେମ ରଞ୍ଜନ ସିଂ, ନେତାଜୀ ପଟ୍ଟନାୟକ,ଅରବିନ୍ଦ ପାଠକ ଲକ୍ଷ୍ମୀ ଜେନା ସମେତ ବିଜେପି ମହିଳା ମୋର୍ଚ୍ଚାର ଅନେକ କର୍ମୀ ଉପସ୍ଥିତ ଥିଲେ ।