ଜାମିନ ଆବେଦନ ଶୁଣାଣି ଶେଷ; ରାୟ ସଂରକ୍ଷିତ
ବଢୁଛି ହଂସିତା-ଅନୀଲଙ୍କ ଅଡୁଆ
ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କଲା ପୁଲିସ
ଭୁବନେଶ୍ୱର, ୧୮ା୧ : ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ । ହଂସିତାଙ୍କ ନାମରେ ପୁଣି ଏକ ମାମଲା ରୁଜୁ କରିଛି ପୁଲିସ । ଜାଲ କାଗଜପତ୍ର ଜରିଆରେ ପାସ୍ପୋର୍ଟ କରିଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି । ସେପଟେ ଶନିବାର ଦିନ ଠକ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ ଯେ, ହଂସିତା-ଅନୀଲଙ୍କ ଠକ ସିଣ୍ଡିକେଟ୍ର ପର୍ଦ୍ଦାଫାଶ ହେବାରେ ଲାଗିଛି । ଜାଲ୍ କାଗଜପତ୍ର ଦେଇ ତିଆରି କରିଥିଲେ ପାସପୋର୍ଟ । ବିଷ୍ଣୁପ୍ରିୟା ଚାନ୍ଦରୁ ସାଜିଥିଲେ ହଂସିତା ଅଭିଲିପ୍ସା । ହିଂସିତା ଅଭିଲିପ୍ସା ନିଜର ପ୍ରକୃତ ନାମ ବିଷ୍ଣୁପ୍ରିଯା ଚାନ୍ଦ ପରିବର୍ତ୍ତନ କରି ଫେକ୍ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିତା ଅଭିଲିପ୍ସା । ପ୍ଲାଷ୍ଟିକ ସର୍ଜରୀ କରି ନିଜର ରୂପକୁ ପରିବର୍ତ୍ତନ କରିଥିଲେ । ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସପୋର୍ଟ ଆବେଦନ ଖାରଜ ହେଇଥିଲା । ପରେ ୨୦୨୨ରେ କଲିକତା ଯାଇ ଜାଲ ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ସେଥିରେ ସ୍ୱାମୀ ଅନୀଲ ମହାନ୍ତି ଦର୍ଶାଇ ଥିଲେ । ନକଲି ଆଧାର କାର୍ଡ ଆସିବା ପରେ ପାନ କାର୍ଡ ପ୍ରସ୍ତୁତ କରିଥିଲେ । ପରେ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ହଂସିତା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ସହଜରେ ପାସପୋର୍ଟ ମିଳିଯାଇଥିଲା । ହଂସିତା ବିଦେଶ ଯାତ୍ରା କରିଥିଲେ । ଠକେଇ ମାମଲାରେ ପୁଲିସ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଏହି ଫେକ ଡକୁ୍ୟମେଣ୍ଟରେ ପ୍ରସ୍ତୁତ ପାସପୋର୍ଟ । ଯାହାକୁ ନେଇ ଇନଫୋସିଟି ପୁଲିସ ନିଜଆଡୁ ଥାନାରେ ମାମଲା ରୁଜୁ କରିଛି । କିଏ ଏଥିରେ ସହଯୋଗ କରିଥିବା ଅଧିକ ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ । ସେପଟେ ଆଜି ଠକ ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି ସରିଛି । ଏଡିଜେ-୨ କୋର୍ଟରେ ଏହି ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ବେଳେ ଅନୀଲଙ୍କ ଓକିଲଙ୍କ ଯୁକ୍ତି ଥିଲା, ଅନୀଲଙ୍କ ନାଁରେ କୌଣସି ଠକେଇ ଅଭିଯୋଗ ନାହିଁ । କାହାର କ୍ୟାମ୍ପସରୁ ଯିବା ଅପରାଧ ନୁହେଁ । ପୁଲିସ ଅନୀଲଙ୍କ ବିରୁଦ୍ଧରେ ଦେଇଥିବା ଦଫା ବେଲେବୁଲ ଅଟେ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ । ସରକାରୀ ଓକିଲ କିନ୍ତୁ ସମୟ ମାଗିଥିବା ଜଣାପଡିଛି । ଗତ ଡିସେମ୍ବର ୨୯ ତାରିଖରେ ହଂସିତା ଓ ଅନୀଲଙ୍କୁ ଗିରଫ କରିଥିଲା ପୁଲିସ । ତଦନ୍ତ ବେଳେ ଠକ ହଂସିତା-ଅନୀଲଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଗଲା ପୁଲିସ । ଲୋକଙ୍କୁ ଠକି ରାଜଧାନୀରେ ୪ଟି ଫ୍ଲାଟ କିଣିଥିବା ବେଳେ ୫ଟି ନାମୀଦାମୀ କାର ରହିଛି ।