ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

 ନୀଳଗିରି : ମହୋତ୍ସବ ଦେଖିବାକୁ ଯାଇଥିବା ସମୟରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିରି ଏନ୍ଏସି ୭ନଂ ୱାର୍ଡ ଦାସସାହିର ଦୀପକ ସିଂଙ୍କ ଘରେ ଘଟିଛି ଏଭଳି ଘଟଣା । ଗତ ରବିବାର ରାତିପ୍ରାୟ ୭.୩୦ମିନିଟ ସମୟରେ ଦୀପକ ନିଜ ପରିବାର ସହ ନୀଳଗିରି ବଜାରରେ ପଡ଼ିଥିବା ଯୁବମହୋତ୍ସବ ଦେଖିବାକୁ ଯାଇଥିଲେ । ମେଳା ବୁଲି ପ୍ରାୟ୧୦.୩୦ ସମୟରେ ଘରକୁ ଫେରିଲା ବେଳକୁ  ଘରର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ଏବଂ ଘର ଆଲମାରିରେ ଥିବା ୪୦ହଜାର  ଟଙ୍କା ସହ ଗୋଟିଏ ଚିକ୍ ହାର, ୩ ହଳ କାନଫୁଲ, ଗୋଡିଏ ସୁନା ପଲା, ୨ଟି ମୁଦି, ମଙ୍ଗଳସୂତ୍ର, ସୁନା ହାର, ୬ଟି ଲକେଟ, ୩ଟି ରୂପା ପାଉଁଜି, ଗୋଟିଏ ବ୍ରେସଲେଟ, ରୂପା ମୁଦି ଇତ୍ୟାଦି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହୋଇଛି । ଏ ନେଇ ପରିବାର ଲୋକ ନୀଳଗିରି ପୁଲିସକୁ ଅବଗତ କରିବା ପରେ ୧୨୧/୨୫ରେ ଏକ ଚୋରି ମାମଲା ରୁଜୁ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚô ପ୍ରାଥମିକ ତଦନ୍ତ କରିଥିବା ବେଳେ ସକାଳୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ କରାଯାଇଛି । ଏଭଳି ଘଟଣା ବାରମ୍ୱାର ନୀଳଗିରି ଅଞ୍ଚଳରେ ଘଟୁଥିବାରୁ ପୁଲିସ ପାଟ୍ରୋଲିଂଙ୍କୁ କଡାକଡି କରିବା ସହ ଚୋରଙ୍କୁ ଧରି କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।