ଧୂମଧାମରେ ଇଦ୍ ପାଳିତ
ନବରଙ୍ଗପୁର: ନବରଙ୍ଗପୁର ଜାମା ମସଜିଦ ଠାରେ ଇଦ୍ର ସାମୂହିକ ନମାଜ ପ୍ରାର୍ଥନା କରାଯାଇଛି । ସବୁ ବର୍ଷ ଇଚ୍ଛାବତୀ ଗୁଡା ଇଦ୍ ଗାହ ଠାରେ ସାମୂହିକ ନମାଜ ପାଠ ହୁଏ । କିନ୍ତୁ ବର୍ଷା ପାଗକୁ ଦେଖି ଏ ବର୍ଷ ମସଜିଦ ଠାରେ ନମାଜ ପାଠ କରାଯାଇଥିଲା । ଏବଂ ଅଧିକ ଲୋକ ହେବା ଯୋଗୁଁ ୨ ପାଳି କରି ନମାଜ ପ୍ରର୍ଥନା କରାଯାଇଥିଲା । ପ୍ରଥମ ନମାଜ ସକାଳ ୬ରେ ଜାମା ମସଜିଦର ମୌଲାନା ମୁଫତି ଅଫତବ୍ ଆଲମ୍ ନମାଜ ପଢ଼ାଇ ଥିଲେ ଓ ଦ୍ୱିତୀୟ ଥର ମୋଲାନା ଅବଦୁଲ ୱାହିଦ୍ ନମାଜ ପଢ଼ାଇ ଥିଲେ । ନମାଜ ପରେ ସମସ୍ତେ ପରସ୍ପରକୁ ଇଦ୍ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଇଦ୍ ଉଲ୍ ଅଜାହା ଅବସରରେ ପ୍ରାୟ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥିବା ବ୍ୟକ୍ତି ସବୁ ଛେଳି କୁର୍ବାନି ଦିଅନ୍ତି । ଏହା ତ୍ୟାଗ ଓ ବଳିଦାନର ପର୍ବ । ନିଜ ଅହଙ୍କାର, ଗର୍ବ ସବୁ ତ୍ୟାଗ କରିବା ଓ ଅଲ୍ଲାଙ୍କ ଅନୁସାରେ ସ୍ୱଚ୍ଛ, ସରଳ, ନିଃସ୍ୱାର୍ଥପର ଭାବରେ ଜୀବନ ବଞ୍ଚିବାର ବାର୍ତ୍ତା ଦିଏ ଏହି ପର୍ବ । ସମସ୍ତେ ମୁସଲିମ ଧର୍ମାବଲମ୍ବୀ ନୂତନ ବସ୍ତ୍ର ପରିଧାନ କରନ୍ତି । ସପରିବାର ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପୂଜା କରନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ହବିବୁଲ୍ଲା ଖାଁ, କେ ପି ନାସିର, ତାଜ ଇମ୍ରାନ୍ ସାରିଫ, ଅବଦୁଲ ଜାହୁର୍, ଖୁଦୁସ, ଅବଦୁଲ ଗନି, ଶୟଦ୍ ସଲମାନ୍ ଓ ଅନ୍ୟମାନେ ସହଯୋଗ କରିଥିଲେ ।