ଗାଡ଼ି ଧକ୍କାରେ ଟ୍ରକ ଚାଳକଙ୍କ ମୃତୁ୍ୟ
ପାଣିକୋଇଲି : ଏହି ଥାନା ୧୬ନମ୍ବର ଜାତୀୟ ରାଜପଥର ପଥରପଦା ନିକଟରେ ଗାଡ଼ି ଧକ୍କାରେ ଜଣେ ଟ୍ରକ ଚାଳକଙ୍କର ଘଟଣାସ୍ଥରେ ମୃତୁ୍ୟ ଘଟିଛି । ନୟାଗଡ଼ ଜିଲ୍ଲା ଜୟପୁରା ଗ୍ରାମର ମହାଜନ ପ୍ରଧାନଙ୍କ ପୁଅ ଶରତ ଓଡ଼ି୦୪ କ୍ୟୁ-୯୭୦୧ ଟ୍ରକର ଚାଳକ ଥିଲେ । ସେ ଗତକାଲି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭୋର ସମୟରେ ପଥରପଦା ସ୍ଥିତ ବାଜାଜ ସୋ ରୁମ ସାମ୍ନାରେ ଗାଡ଼ି ରଖି ଚାହା ପିଇବାକୁ ଓହ୍ଲାଉଥିବା ବେଳେ ପଛପଟୁ ଆଉ ଏକ ଗାଡ଼ି ତାଙ୍କୁ ଚଢାଇ ଦେଇ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ପୁଲିସ ତାଙ୍କୁ ଉଦ୍ଧାର କରି ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ଋଜୁ କରି ଶରତଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।