ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ

 ଦାନଗଦୀ: ଦାନଗଦୀ ବ୍ଲକ ବେଙ୍ଗପାଟିଆ ଗ୍ରାମରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଦୁଇ ଦିନ ଧରି ହୋଇଛି । ବିଶ୍ୱଶାନ୍ତି ମହାଯଜ୍ଞ ଅଞ୍ଚଳରେ ମଙ୍ଗଳ କାମନା ନିମନ୍ତେ ପ୍ରତିବର୍ଷ ହୋଇଥାଏ । ଅଖିଳ ବିଶ୍ୱଗାୟତ୍ରୀ ଶାନ୍ତିକୁଞ୍ଜ ହରିଦ୍ୱାରଙ୍କ ତତ୍ୱା୍ୱଧାନରେ ପ୍ରଥମ ଦିବସରେ ସମାଜସେବୀ ମଦନ ମୋହନ ସାହୁ ତାଙ୍କ ଧର୍ମପନôୀ ସନ୍ଧ୍ୟାରାଣୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ, ଧର୍ମଧ୍ୱଜା ଉତୋଳନ ହୋଇଥିଲା । ପରେ ଯଜ୍ଞ କର୍ତା ଦୀପଙ୍କର ମଣ୍ଡଳ ଓ ତାଙ୍କ ଧର୍ମପନôୀ ସୁନିତା ମଣ୍ଡଳଙ୍କ ସହ ଗ୍ରାମର ମହିଳା ମାନେ ୧୦୮ କଳସ ଧରି ସଂକ୍ରିତନ ସହ ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଁଚିଥିଲେ । ଶୁଭମଙ୍ଗଳ କଳସ ଯାତ୍ରା ପରେ ଗାୟତ୍ରୀମନ୍ତ୍ର ପାଠ ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଜ୍ଞା ପୁରାଣ କଥା, ନାରୀଜାଗରଣ, ଦୀପଦାନ,ସତସଙ୍ଗ ସେହିପରି ଦ୍ୱିତୀୟ ଦିବସରେ ଅଖଣ୍ଡଜପ, ପଞ୍ଚକୁଣ୍ଡିୟ ଗାୟତ୍ରୀ ନାମ ଯଜ୍ଞ, ସଂସ୍କାର କାର୍ଯ୍ୟକ୍ରମ ଓ ପୂର୍ଣ୍ଣାହୁତି ହୋଇଥିଲା । ଯଜ୍ଞ କାର୍ଯ୍ୟକୁ ଗାୟତ୍ରୀ ପରିବାରର ବ୍ଲକ ସଂଯୋଜକ ନୀଳକଣ୍ଠ ଦାସ, ପ୍ରହଲ୍ଲାଦମଣ୍ଡଳ, ଅଲେଖ ମଣ୍ଡଳ, ଗୋଲେଖ ମଣ୍ଡଳ, କ୍ରିଷ୍ଣାପଦ ମଣ୍ଡଳ, ତାରାପଦ ମଣ୍ଡଳ, ବାପୁ ରପ୍ତାନ ଓ ସମସ୍ତ ଗ୍ରାମବାସୀ ଭକ୍ତଙ୍କ ସହଯୋଗ କରିଥିଲେ ।