ସମ୍ମିଳନୀ ନିର୍ବାଚନ : ଦୁଷ୍ମନ୍ତ ସଭାପତି, ଅଶୋକ ସମ୍ପାଦକ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଉକôଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଉକôଳ ସମ୍ମିଳନୀ ଜିଲ୍ଲା ଶାଖା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଶାଖା ସଭାପତି ମଦନ ମୋହନ ନାୟକ ଏବଂ ସମ୍ପାଦକ ନବିନ ମାଦଳା ଯୋଗ ଦେଇ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟମାନେ ନିର୍ବାଚନ ପ୍ରକ୍ରିୟା କରି ସର୍ବସମ୍ମତିକ୍ରମେ ମନୋନୀତ ପ୍ରକ୍ରିୟା କରିବାକୁ ନିର୍ବାଚନ ଅଧିକାରୀ ଦ୍ୱୟଙ୍କୁ ଜଣାଇଥିଲେ । ଏହି ପ୍ରସ୍ତାବକୁ ନିର୍ବାଚନ ଅଧିକାରୀମାନେ ଗ୍ରହଣ କରି ମାଲକାନଗିରି ଜିଲ୍ଲା ଶାଖା ସଭାପତି ଭାବେ ଦୁଷ୍ମନ୍ତ କୁମାର ଜେନା, ଉପସଭାପତି ଭାବେ ଲମ୍ବୋଦର ତୁରୁକ, ସମ୍ପାଦକ ରୂପେ ସାମ୍ବାଦିକ ଅଶୋକ ମିଶ୍ର, ଯୁଗ୍ମ ସମ୍ପାଦକ ରୂପେ ପ୍ରମୋଦ କୁମାର ସେନାପତି, ସଂଗଠନ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରକାର ମନୋନୀତ ହୋଇଥିଲେ । ମନୋନୀତ କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ପରିଷଦ ଜିଲ୍ଲା ପରିଷଦର ସଦସ୍ୟମାନଙ୍କୁ ମନୋନୀତ କରିଥିଲେ । ସେହିପରି ଉପଦେଷ୍ଟା ରୂପେ ପ୍ରକାଶ ଚନ୍ଦ ପଟ୍ଟନାୟକ, ରବିନ୍ଦ୍ର କୁମାର ମହାରଣା, ରଞ୍ଜନ କୁମାର ସ୍ୱାଇଁଙ୍କୁ ମନୋନୀତ କରଯାଇଥିଲା । ଏହାପରେ ଉକôଳ ସମ୍ମିଳନୀର ଗଠନ କାର୍ଯ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରଯାଇଥିଲେ । ନବ ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲାଶାଖାକୁ ସୃଦୁଢ କରିବା ପାଇଁ ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ । ଶେଷରେ ନୂତନ ସଭପତି ଶ୍ରୀ ଜେନା ଉପସ୍ଥିତ ଅତିଥି ଓ ସଦସ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।