୧୭ ମାଓବାଦୀ କଲେ ଆତ୍ମସମର୍ପଣ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାର ଭଦ୍ରାଦି କୋଥାଗୁଡେମ ଠାରେ ମାଓ ସଙ୍ଗଠନ ଛାଡି ସାଧାରଣ ଜୀବନ ଯାପନ ଉନେ୍ଧଶ୍ୟରେ ୧୭ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ଏସିଏମ କ୍ୟାଡର ମାଓବାଦୀ ରହିଥିବା ବେଳେ ୪ ଜଣ ପାର୍ଟି ସଦସ୍ୟ ଓ ୧୧ ଜଣ ମିଲସିଆ ସଦସ୍ୟ ରହିଛନ୍ତି । ଦୀର୍ଘ ବର୍ଷ ଧରି ଏମାନେ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ । ବର୍ତ୍ତମାନ ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ସହ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବା ବେଳେ ପୁଲିସର ଆତ୍ମସମର୍ପଣ ନୀତିରେ ଆକ୍ରୁଷ୍ଟ ହୋଇ ଏମାନେ ହିଂସାର ପଥ ଛାଡି ନିଜ ପରିବାର ସଦସ୍ୟଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ଏପର୍ଯ୍ୟନ୍ତ, ଜିଲ୍ଲା ପୋଲିସ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଦ୍ୱାରା ଆକର୍ଷିତ ହୋଇ ମୋଟ ୨୮୨ ଜଣ ବିଭିନ୍ନ କ୍ୟାଡରର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ ସୂଚନା ଦେଇଛି  ।