ବିଶ୍ୱନାଥ ନାୟକଙ୍କ ସ୍ମୃତିସଭା
ରାଜକନିକା : ରାଜକନିକା ବ୍ଲକ କଳା ସଂସ୍କୃତି ସଂଘର ପୂର୍ବତନ ଉପସଭାପତି ତଥା ବରିଷ୍ଠ ପାଲା ଗାୟକ ସ୍ୱର୍ଗତ ବିଶ୍ୱନାଥ ନାୟକଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା କାଟଣା ସ୍ଥିତ ଝାଡ଼ମାଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ବ୍ଲକ୍ କଳା ସଂସ୍କୃତି ସଂଘ ମୁଖ୍ୟ ଉପଦେଷ୍ଟା ଶ୍ରୀନିବାସ ପ୍ରଧାନ ସଭାପତିତ୍ୱ କରିଥିଲେ । ସମ୍ପାଦକ ଅଶୋକ ଗିରି ସଂଯୋଜନା ଏବଂ ସୁରେନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ, ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସହ ଭଜନ ଆସର ଅନୁଷ୍ଠିତ ହୋଇଥିଲା । ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ଡେରାବିଶ, ଗରଦପୁର ଏବଂ କେନ୍ଦ୍ରାପଡ଼ାର ବହୁ ବିଶିଷ୍ଟ କଳାକାରମାନେ ଏଥିରେ ଯୋଗ ଦେଇଥିଲେ । ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଶତପଥୀ, ବିଶ୍ୱମ୍ବର ରଣା, ବସନ୍ତ ବେହେରା, ଭାଗବତ ବେହେରା, ବିଷ୍ଣୁ ଚରଣ ଆଚାର୍ଯ୍ୟ, ପ୍ରତାପ ରଥ, ଅଲେଖ ଦାସ, ପ୍ରମୋଦ ନାଥ, ସଦାନନ୍ଦ ଶତପଥୀ, ସବିତା ଜେନା, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଉଷାରାଣୀ ନାୟକ, ରଞ୍ଜିତା ବେହେରା, ସୁଲେଖା ନାୟକ ଆଦି ବହୁ ପାଲାକାରମାନେ ଯୋଗ ଦେଇଥିଲେ । ରାଜକନିକା ବ୍ଲକ୍ କଳା ସଂସ୍କୃତି ସଂଘର କଳାକାର ଯତୀନ୍ଦ୍ର ପାଣ୍ଡବ, ଭାଗବତ ବେହେରା, କଳାକାର ପଣ୍ଡା, ନିରଞ୍ଜନ ପଣ୍ଡା, ବସନ୍ତ ରାୟ, ଗଗନ ପାତ୍ର, ସୁବଳ ଦାସ, ସୁରେଶ ମାହୁନ୍ତ, ବ୍ରହ୍ମାନନ୍ଦ ସାମଲ, ହରିଶ୍ଚନ୍ଦ୍ର ବଳ, କୃଷ୍ଣଚନ୍ଦ୍ର ଧଳ, ମଦନ ମଲିକ, ସୁକାନ୍ତ ପ୍ରଧାନ, ଇନ୍ଦ୍ରମଣି ବେହେରା, ବିଜୟ ଦାସ, ଅଭିମନୁ୍ୟ ଶତପଥୀ, ଅକ୍ଷୟ ନାଥ, ଗଙ୍ଗାଧର ଦାସ, ବସନ୍ତ ବେହେରାଙ୍କ ସମେତ ବହୁ କଳାକାର ସାମିଲ ହୋଇଥିଲେ ।