ଜିଲ୍ଲାପାଳଙ୍କୁ ଭେଟିଲେ ବାସନ୍ଦ ପରିବାର

 କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅଧିନ ଜଗନ୍ନାଥପୁର ଗ୍ରାମର ବିଦ୍ୟାଧର ଜେନା ଓ ତାଙ୍କ ପରିବାର କୁ କିଛିଦିନ ହେଲା ଗ୍ରାମର କିଛି ଖଳ ଲୋକ ମେଳି କରି ବାସନ୍ଦ କରିଥିବାରୁ ପିଡୀତ ଜେନାଙ୍କ ପରିବାର ସାମାଜିକ ଚଳନୀରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଦ୍ୟାଧର ଆଜି ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ନିକଟରେ ଆବେଦନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତିି । ସୂଚନା ଯୋଗ୍ୟ ଶ୍ରୀ ଜେନାଙ୍କ ଘର ଆଗରେ ଥିବା ସରକାରୀ ଜାଗାରେ କ୍ଲବ ଘର ନିର୍ମାଣକୁ ନେଇ ଗ୍ରାମର କିଛି ଲୋକଙ୍କ ସହ ଶ୍ରୀ ଜେନାଙ୍କ ସହ ବିବାଦ ହୋଇଥିଲା । ଏହାକୁ ନେଇ କ୍ଲବ ଘର କରୁଥିବା ଲୋକମାନେ ଜେନାଙ୍କୁ ସାମାଜିକ ବାସନ୍ଦ, ଗାଁ ଦୋକାନ ରୁ ସଉଦା କିଣିବା, ପୂଜା ପାର୍ବଣ, ଭୋଜିଭାତ ଏପରି ତାଙ୍କ ପରିବାରକୁ ତୀବ୍ର ବିରୋଧ କରି ବାସନ୍ଦ କରାଯାଇଛି । ଫଳରେ ତାଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେବା ସହ ମାନସିକ ଦୁଶ୍ଚିନ୍ତାରେ ଥିବାରୁ ପ୍ରତିକାର ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ, ତହସିଲଦାର ଓ କେନ୍ଦ୍ରାପଡା ଏସଡିପିଓଙ୍କୁ ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତିି ।