ବିକାଶ କମିଟି ବୈଠକ
ଭଦ୍ରକ : ଆଜି ବାସୁଦେବପୁର ପଞ୍ଚାୟତ ସମିତି ସଭାଗୃହରେ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଧାୟକ, ବାସୁଦେବପୁର ଅଶୋକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଅନିତା ଦାସ, ଚେୟାରମେନ, ତିହିଡି ଓ ବାସୁଦେବପୁର ପଞ୍ଚାୟତ ସମିତିଙ୍କ ସହିତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧକାରୀ ସୁଭେନ୍ଦ୍ର କୁମାର ସାମଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ତନ୍ମିତା କର, ବିଡିଓ ବାସୁଦେବପୁର, ବିଡିଓ ତିହିଡି ସହିତ ଡେପୁଟୀ ଡାଇରେକ୍ଟର, ପ୍ରହଲ୍ଲାଦ ରଣା, ତହସିଲଦାର , ବାସୁଦେବପୁର ବୈଠକରେ କୃଷି, ପଶୁପାଳନ, ଉଦ୍ଦ୍ୟାନ କୃଷି, ଗୋ ପାଳନ, କୁକୁଡ଼ା ପାଳନ, ମସô୍ୟ ଚାଷ, ଗୋଷ୍ଠୀ ଭିତ୍ତିକ କୃଷି, ମୃତ୍ତିକା ସଂରକ୍ଷଣ, ଡୀ.ଅଫୋ.ଓ, ଲୁଣା ଜଙ୍ଗଲ ବୃଦ୍ଧି, ସାଳନ୍ଦୀ କେନାଲ, ମେଘା ପାନୀୟ ଯୋଜନାର ଅଗ୍ରଗତି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, କୃଷି, ଶିଳ୍ପ,ସିଲାଇ ଶିକ୍ଷା, ଶିଶୁ ବାଟିକା, ରାସ୍ତା ପ୍ରକଳ୍ପର ଅଗ୍ରଗତି, ପାନୀୟ ସେବା, ଗଭୀର କୁପ, ଆୱାସ ଯୋଜନା, ନିରନ୍ତର ବିଦ୍ୟତ ସେବା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ସମସ୍ତ ହିତାଧିକାରୀ ବିଭିନ୍ନ ସରକାରୀ ସୁବିଧା ପାଇ ପାରିବେ, ଆଦି ବିଷୟର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିଦେ୍ର୍ଦଶ ଦେଇଥିଲେ ।