ଯାଜପୁର ଜିଲ୍ଲା ମହୋତ୍ସବ ନେଇ ଅସନ୍ତୋଷ 

ଯାଜପୁର: ଚଳିତ ବର୍ଷର ଯାଜପୁର ଜିଲ୍ଲା ମହୋତ୍ସବର ପରିଚାଳନାକୁ ନେଇ ଲେଖକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଛି । ଗତ ବର୍ଷ କେବଳ ଯାଜପୁର ମହୋତ୍ସବ ପାଳନ ହୋଇଥିଲା ବେଳେ, ଏବର୍ଷ ଯାଜପୁର ଜିଲ୍ଲା ମହୋତ୍ସବ ହୋଇଥିଲେ ହେଁ ଜିଲ୍ଲାର ସଂସ୍କୃତି, ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ତଥା ସଂଗଠନକୁ ବାଦଦିଆ ଯାଇଥିବା ଯୋଗୁ ବିଭିନ୍ନ ମହଲରୁ ଅଭିଯୋଗ କରାଯାଇଛି । ମୁଖପତ୍ର ଯଯାତିରେ ବହୁ ବରିଷ୍ଠ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇ ନଥିବା, ଲେଖକଙ୍କୁ ଉପେକ୍ଷା କରାଯାଇଥିବା ଯୋଗୁ ସେମାନେ ମହୋତ୍ସବକୁ ନେଇ ଅସନ୍ତୋଶ ବ୍ୟକ୍ତ କରିଛନ୍ତି । ଜିଲ୍ଲା ମହୋତ୍ସବ ପୂର୍ବରୁ କାର୍ଯ୍ୟକାଳ ନଥିବା ଜିଲ୍ଲା ସଂସ୍କୃତି ପରିଷଦକୁ ନୂତନ ଭାବେ ଗଠନ କରାଯିବା ପାଇଁ  ଅଖିଳଚକ୍ର ପକ୍ଷରୁ ଦାବି କରାଯାଇଥିଲେ ହେଁ ପ୍ରଶାସନ ତାକୁ ଏଡାଇ ଦେଇଥିବା ଯୋଗୁ ଏବଂ ଯଯାତି ସମ୍ପାଦନା ଓ ପ୍ରକାଶନ କମିଟିରେ ଏକାଦି କ୍ରମେ ମୂଳରୁ ଏଯାବତ ରହି ଆସିଥିବା ସଦସ୍ୟମାନେ ପ୍ରତିବର୍ଷ ଜିଲ୍ଲାର ଲେଖକ, ଦାର୍ଶନିକ,ଐତିହାସିକଙ୍କୁ ଅଣଦେଖା କରି ଆସୁଥିବା ଯୋଗୁ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପ୍ରଶାସନ ଏବର୍ଷ ମଧ୍ୟ ବିଚାରକୁ ନନେବା ଦୁଃଖର ବିଷୟ ବୋଲି କୁହାଯାଉଛି । ଅପରନ୍ତୁ ଆଧୁନିକ ଉକôଳର ନିର୍ମାତା ଦ୍ୱିତୀୟ ଯଯାତିକେଶରୀ ବିଷୟ ବସ୍ତୁ ଉପରେ ଏବଂ ଯଯାତିକେଶରୀଙ୍କ ନାମ ପୁର୍ବରୁ ମହାରାଜା ଯୋଡାଯିବାକୁ ବହୁ ବିଜ୍ଞ ବ୍ୟକ୍ତି ନାପସନ୍ଦ କରୁଛନ୍ତି । ଯାଜପୁର ଜିଲା ମହୋସôବ ୧୮ଲକ୍ଷ ଲୋକ ଓ ସାହିତ୍ୟ ସଂସ୍କୃତି ପ୍ରେମୀଙ୍କ ମନରେ ଆନନ୍ଦ ତଥା ସ୍ୱଧିକାର ସାବ୍ୟସ୍ତ ନିମନ୍ତେ ସୁଯୋଗ ସୃଷ୍ଟି ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ନିବେଦନ କରିଛନ୍ତି । ଜିଲ୍ଲାର ସ୍ୱାଭିମାନ ବଜାୟ ରଖିବା ପାଇଁ ଜିଲ୍ଲା ସଂସ୍କୃତି ବିଭାଗରେ ଜିଲ୍ଲାର ପ୍ରତି ଅଞ୍ଚଳରୁ ବିଜ୍ଞ ବ୍ୟକ୍ତିଙ୍କୁ ନେଇ ଏକ ପରାମର୍ଶ ଦାତା କମିଟି ଗଠନ କରାଯିବା ପାଇଁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।