ଶିକ୍ଷା ମନ୍ଦିରର ବାର୍ଷିକୋତ୍ସବ

 ବ୍ରହ୍ମବରଦା: ବନ୍ଧଡ଼ିହ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାବିକାଶ ସମିତି କଟକର ସମ୍ପାଦକ ନରହରି ସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ କାଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରସୁଲପୁର ମଣ୍ଡଳ ଉପ ଶିକ୍ଷାଧିକାରୀ ଡ.ପ୍ରଭଞ୍ଜନ ପତି, ବିଦ୍ୟାବିକାଶ ସମିତିର କର୍ମକର୍ତା ସୁରେଶ ଚନ୍ଦ୍ର ପଣ୍ଡା ଓ ରଞ୍ଜନ କର, ବନ୍ଧଡ଼ିହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟ, ମଳୟ କୁମାର ଦାସ, ସୋମନାଥ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କୁନିକୁନି ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ସମ୍ପାଦକ ଶଙ୍କର ସେଠୀ ଓ ହେମନ୍ତ କୁମାର ସ୍ୱାଇଁ ମଞ୍ଚ ପରିଚାଳନା ଓ ଶିକ୍ଷକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।